ନୂଆଦିଲ୍ଲୀ: କରୋନା ପ୍ରଭାବରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୨୦ ଲକ୍ଷ ୫୩ ହଜାର ୩୨୫ ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୩୪,୬୧୬ ଛୁଇଁଛି। ଏହାସହ ୫୧୦,୩୫୦ ଜଣ ଆକ୍ରାନ୍ତ ଭଲ ହୋଇଥିବା ମଧ୍ୟ ରିପୋର୍ଟରେ ପ୍ରକାଶ ।
ଏହି ଭୂତାଣୁ ବର୍ତ୍ତମାନ ସୁଦ୍ଧା ପ୍ରାୟତଃ ସବୁଆଡେ ବ୍ୟାପି ସାରିଛି। ମୋଟ କରୋନା ମାମଲା ମଧ୍ୟରୁ ଆମେରିକା ସର୍ବାଧିକ ସଂକ୍ରମିତ ଦେଶ ଭବେ ଚିହ୍ନଟ କରାଯାଇଛି ।
ଅନ୍ୟପଟେ ଭାରତରେ ମଧ୍ୟ ଏହା ନିଜର କାୟା ବିସ୍ତାର କରିବା ଆରମ୍ଭ କରି ଦେଲାଣି ।
ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢେ ୧୨୦୦୦ ଟପିଥିବା ବେଳେ ମୃତକଙ୍କ ସଂଖ୍ୟା ୪୦୦ ଟପିଛି ।
ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ମାର୍ଚ୍ଚ ୧୧ ରେ ମହମାରୀ ରୂପେ ଘୋଷଣା କରାଯାଇଥିଲା ।
Comments are closed.