Latest Odisha News

ଥମୁନି କରୋନା: ଗୋଟିଏ ଦିନରେ ଭାରତରେ ୨୮୭ ମୃତ, ୯୯୭୧ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ରବିବାର ଦିନ ୨,୪୬,୬୨୮ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଏଯାବତ୍ କରୋନା ସଂକ୍ରମଣର ପ୍ରାୟ ୧,୨୦,୪୦୬ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି ୬୯୨୯ ଜଣ ପ୍ରାଣ ହରାଇଛନ୍ତି।

ସେହିପରି ଗତ ୨୪ ଘଣ୍ଟାରେ ଭାରତରେ ମୋଟ୍ ୨୮୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୯୭୧ ନୂଆ କରୋନା ସଂକ୍ରମଣ ମାମଲା ରେକର୍ଡ ହୋଇଛି।

ଆହୁରି ମଧ୍ୟ ସମସ୍ତ ୧,୧୯,୨୯୩ ଜଣ ଚିକିତ୍ସିତ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

Comments are closed.