Latest Odisha News

କୋଭିଶିଲ୍ଡ, କୋଭାକ୍ସିନ ଅପେକ୍ଷା ଅଧିକ ପ୍ରଭାବଶାଳୀ; ରିପୋର୍ଟ

ନୂଆଦିଲ୍ଲୀ: କୋଭାକ୍ସିନ ଅପେକ୍ଷା କୋଭିଶିଲ୍ଡଠାରେ ରହିଛି ଅଧିକ ଆଣ୍ଟିବଡି ସୃଷ୍ଟିକାରୀ ଶକ୍ତି। କୋଭାଶିଲ୍ଡ, କୋଭାକ୍ସିନ ଅପେକ୍ଷା ଅଧିକ ପ୍ରଭାବଶାଳୀ। ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ କୋଭାକ୍ସିନ୍‌ ଅପେକ୍ଷା କୋଭିଶିଲ୍ଡ ଟିକାରେ ଅଧିକ ଆଣ୍ଟିବଡି ତିଆରି ହେଉଛି ବୋଲି ଦାବି କରାଯାଇଛି।

ରିପୋର୍ଟ ଅନୁଯାୟୀ ଯେଉଁମାନେ ଦୁଇଟି କରୋନା ଟିକା ମଧ୍ୟରୁ ଉଭୟ ଡୋଜ ଗ୍ରହଣ କରିଛନ୍ତି ସେମାନଙ୍କଠାରେ ଉଭୟ ଟିକାର ଏକ ଭଲ ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟି କରିଥିଲା।

ତଥ୍ୟ ଅନୁଯାୟୀ କୋଭିଶିଲ୍ଡର ପ୍ରଥମ ଡୋଜ ୭୦ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡିଛି।

“୫୧୫ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ମଧ୍ୟରେ (୩୦୫ ପୁରୁଷ, ୨୧୦ ମହିଳା), ୯୫ ପ୍ରତିଶତ ଉଭୟ ଟିକାକରଣର ଦୁଇଟି ଡୋଜ ପରେ ଉଚ୍ଚ ଆଣ୍ଟିବଡି ପ୍ରଦର୍ଶନ କରିଥିଲେ। ୪୨୫ କୋଭିଶିଲ୍ଡ ଏବଂ ୯୦ କୋଭାକ୍ସିନ ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ଯଥାକ୍ରମେ ୯୮.୧ ପ୍ରତିଶତ ଏବଂ ୮୦ ପ୍ରତିଶତ ଉଚ୍ଚ ଆଣ୍ଟିବଡି ଦେଖାଦେଇଥିଲା।

Comments are closed.