Latest Odisha News

BREAKING NEWS

ଗାଈର ଗୋବର ଦେଶର ଅର୍ଥନୀତିକୁ ମଜବୁତ କରିବାରେ ସହାୟକ ହେବ; ସିଏମ୍‌ ଚୌହାନ

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶନିବାର କହିଛନ୍ତି ଯେ ଗାଈର ଗୋବର ଏବଂ ପରିସ୍ରା ରାଜ୍ୟ ତଥା ଦେଶର ଅର୍ଥନୀତିକୁ ମଜବୁତ କରିବାରେ ସହାୟକ ହେବ।

ସିଏମ୍‌ ଚୌହାନ କହିଛନ୍ତି ଯେ, “ଗାଈର ଗୋବର ଏବଂ ପରିସ୍ରା ରାଜ୍ୟ ତଥା ଦେଶର ଅର୍ଥନୀତିକୁ ମଜବୁତ କରିବାରେ ସାହାଯ୍ୟ କରିପାରିବ। ଯଦି ମୋର ଉପଯୁକ୍ତ ବ୍ୟବସ୍ଥା ଲାଗୁ ହୁଏ ତେବେ ମୁଁ ନିଶ୍ଚିତ ଯେ ଆମେ ସଫଳ ହେବୁ।”

ଭୋପାଳରେ ଭାରତୀୟ ପ୍ରାଣୀ ଚିକିତ୍ସା ସଂଘର ମହିଳା ୱିଙ୍ଗର ‘ଶକ୍ତି ୨୦୨୧’ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ଚୌହାନ ଏହି ମନ୍ତବ୍ୟ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, “ଗାଈର ଗୋବର ଏବଂ ପରିସ୍ରା ସହିତ ବର୍ତ୍ତମାନ ଅନେକ ଜିନିଷ ତିଆରି କରାଯାଉଛି। ମଧ୍ୟପ୍ରଦେଶର କେତେକ ଶବଦାହ ସ୍ଥଳରେ ଲୋକମାନେ କାଠ ବଦଳରେ ଗୋବର ବ୍ୟବହାର କରୁଛନ୍ତି।”

Leave A Reply

Your email address will not be published.