Latest Odisha News

BREAKING NEWS

ଜାଣନ୍ତି କି ? ଭାରତର ନୁହେଁ, ଗାଈ ହେଉଛି ନେପାଳର ଜାତୀୟ ପଶୁ

ନେପାଳ: ବିଶ୍ୱରେ ଭାରତ ହିନ୍ଦୁସ୍ଥାନ ଭାବେ ପରିଚିତ । ଅର୍ଥାତ୍ ଏଠାକାର ମୂଳ ବାସିନ୍ଦା ହିନ୍ଦୁ । ଏହାସହିତ ଲୋକସଂଖ୍ୟାର ବଡ଼ ଭାଗ ହିନ୍ଦୁ ଧର୍ମାବଲମ୍ବୀ । ଯଦିଓ ଭାରତ ବିଶ୍ୱରେ ଏକ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପରିଚିତ ଏଠାରେ ଗାଈକୁ ଶ୍ରଦ୍ଧା ଓ ସମ୍ମାନର ସହିତ ପୂଜା କରାଯାଇଥାଏ । ବିଶ୍ୱାସ ଅଛି ଗାଈ ଦେହରେ ୩୩ କୋଟି ଦେବାଦେବୀ ଅବସ୍ଥାନ କରନ୍ତି । ଏହାସତ୍ତ୍ୱେ ଭାରତର ଜାତୀୟ ପଶୁ ଭାବେ ଗାଈକୁ ମାନ୍ୟତା ମିଳିନାହିଁ । ଏହା ସ୍ଥାନରେ ରୟାଲ ବେଙ୍ଗଲ ଟାଇଗର ବା ମହାବଳ ବାଘ ଭାରତର ଜାତୀୟ ପଶୁ ମାନ୍ୟତା ପାଇଛି ।

ଅନେକ ହୁଏତ ଜାଣି ନ ଥିବେ ନେପାଳର ଜାତୀୟ ପଶୁ ହେଉଛି ଗାଈ । ସଂଖ୍ୟାଧିକ ହିନ୍ଦୁ ଧର୍ମାବଲମ୍ବୀ ନେପାଳରେ ବସବାସ କରୁଥିବାରୁ ଏହା ଏକ ହିନ୍ଦୁ ରାଷ୍ଟ୍ର ଭାବେ ପରିଚିତ । ଏଠାରେ ଗାଈକୁ ଦେବତା ଭାବେ ପୂଜା କରାଯିବା ସହିତ ଦୀର୍ଘ ଦିନରୁ ନେପାଳର ଜାତୀୟ ପଶୁ ଭାବେ ଗାଈକୁ ମାନ୍ୟତା ମିଳିଛି । ଅବଶ୍ୟ ଗୋଟେ ସମୟ ଥିଲା ଯେତେବେଳେ ନେପାଳରେ ରାଜାରାଜୁଡ଼ା ଶାସନ ଥିଲା । ପରେ ପରେ ନିଜକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରିଥିଲା ନେପାଳ । ସମୟକ୍ରମେ ଏହା ଏବେ ସଂଘୀୟ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ମାନ୍ୟତା ପାଇଛି ।

୨୦୧୫ ସେପ୍ଟେମ୍ବର ୨୦ରେ ନେପାଳରେ ନୂଆ ସମ୍ବିଧାନ ଘୋଷଣା କରାଯାଇଥିଲା । ଏହାପରେ ନେପାଳର ହିନ୍ଦୁ ରାଷ୍ଟ୍ର ମାନ୍ୟତା ଶେଷ ହୋଇଥିଲା ।

Leave A Reply

Your email address will not be published.