Latest Odisha News

BREAKING NEWS

ଗାଈ ଖାଇଗଲା ସୁନା ଚେନ, ମାସେ କାଳ ଗୋବର ଉପରେ ନଜର ରଖିଲେ…..

ବାଙ୍ଗାଲୋର: ହିପାନହଲ୍ଲୀ ଅଂଚଳରେ ଏକ ମଜାଦାର ଘଟଣା ଘଟିଛି । ଶ୍ରୀକାନ୍ତ ହେଗଡେ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଗୋ ପୂଜା ହୋଇଥିଲା । ତାଙ୍କ ପତ୍ନୀ ଏବଂ ଅନ୍ୟମାନେ ଏଥିରେ ପୂଜାର୍ଚ୍ଚାନା କରିଥିଲେ । ଶ୍ରୀକାନ୍ତଙ୍କ ପତ୍ନୀଙ୍କ ୨୦ ଗ୍ରାମର ସୁନା ଚେନ ମିଳି ନ ଥିଲା । ଫୁଲ ଏବଂ ଅନ୍ୟ ଭୋଗ ସାମଗ୍ରୀ ନିକଟରେ ଚେନଟି ପଡି ଯାଇଥିଲା ଏବଂ ଗାଇ ଏହାକୁ ଖାଇ ଦେଇଥିଲା । ବିଚାରା ଶ୍ରୀକାନ୍ତ ଏହା ପରେ ମାସେ ପାଖାପାଖି ଗାଇର ଗୋବର ଉପରେ ନଜର ରଖିଥିଲେ ।

ଶେଷରେ ନିରାଶ ହୋଇ ଗାଇକୁ ପଶୁ ଚିକିତ୍ସାଳୟ ନେଇଥିଲେ । ସେଠାରେ ମେଟାଲ ଡିଟେକ୍ଟରରେ ପେଟ ଭିତରେ ସୁନା ଚେନ ଥିବା ଜଣା ପଡିଥିଲା । ପରିବାରର ଅନୁରୋଧ କ୍ରମେ ସର୍ଜରୀ କରାଯାଇ ଚେନକୁ କଢ଼ା ଯାଇଥିଲା । ଅବଶ୍ୟ ସର୍ଜରୀ ପରେ ପରିବାର ଲୋକେ ଗାଇର ଭରପୂର ସେବା କରୁଛନ୍ତି । ଘଟଣାଟି ଏବେ ଚର୍ଚ୍ଚାର କାରଣ ସାଜିଛି ।

Leave A Reply

Your email address will not be published.