ବରେଲି: ଭାରତୀୟ ପଶୁ ଚିକିତ୍ସା ଅନୁସନ୍ଧାନ ସଂସ୍ଥା (ଆଇଭିଆରଆଇ) ପକ୍ଷରୁ କରାଯାଇଥିବା ଗବେଷଣାରେ ଗୋ ମୂତ୍ର ପାନୀୟ କରିବା ମଣିଷ ପକ୍ଷେ ଉପଯୁକ୍ତ ନୁହେଁ । ଏଥିରେ ହାନିକାରକ ବ୍ୟାକ୍ଟେରିଆ ଥାଇପାରନ୍ତି ବୋଲି ଉକ୍ତ ଗବେଷଣାରେ ସ୍ପଷ୍ଟ କରାଯାଇଛି । ୩ଜଣ ପିଏଚଡି ଛାତ୍ର ଭୋଜରାଜ ସିଂଙ୍କ ନେତୃତ୍ୱରେ ଏହି ଗବେଷଣା କରିଥିଲେ । ଗାଈ ଓ ଷଣ୍ଢ ମୂତ୍ରରେ ୧୪ ପ୍ରକାରର ହାନିକାରକ ବ୍ୟାକ୍ଟେରିଆ ରହିଛନ୍ତି । ଏପରିକି ଏଶ୍ଚେରିଚିଆ କୋଲାଇର ଭଳି ମାରାତ୍ମକ ବ୍ୟାକ୍ଟେରିଆ ମଧ୍ୟ ଥିବା ପ୍ରମାଣ ମିଳିଛି । ଗବେଷଣାର ରିପୋର୍ଟ ରିସର୍ଚ୍ଚ ଗେଟରେ ପ୍ରକାଶ ପାଇଛି । ଗାଈ, ମଇଁଷି ଓ ମନୁଷ୍ୟର ୭୩ଟି ମୂତ୍ର ନମୂନାର ପରୀକ୍ଷାରେ ମଇଁଷି ମୂତ୍ରରେ ଜୀବାଣୁ ରୋଧି ଗତିବିଦ୍ଧି ସବୁଠାରୁ ଅଧିକ ରହିଛି ।
ସୂଚନାଯୋଗ୍ୟ, ଭାରତର ଅନେକ ସଂସ୍ଥା ଗୋ ମୂତ୍ରକୁ ପରୋକ୍ଷ ଭାବେ ମନୁଷ୍ୟ ଶରୀର ପାଇଁ ଉପକାରୀ ବୋଲି କହିଛନ୍ତି । ଗବେଷଣା ପରେ ଆଇଭିଆରଆଇ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ମାନବୀୟ ବ୍ୟବହାର ପାଇଁ ଗୋମୂତ୍ରକୁ ସୁପାରିଶ କରାଯାଇ ପାରିବ ନାହିଁ ।
Comments are closed.