Latest Odisha News

କୋଓ୍ବିନରେ ଆସିବ ୪ ଅଙ୍କର ସିକ୍ୟୁରିଟି କୋଡ୍

ନୂଆଦିଲ୍ଲୀ: କରୋନା ଟିକା ରେଜିଷ୍ଟ୍ରେସନ ଆପ୍ କୋଓ୍ବିନରେ ନାଗରିକଙ୍କ ସୁବିଧା ପାଇଁ ମେ ୮ ତାରିଖରୁ ୪ ଅଙ୍କ ବିଶିଷ୍ଟ ସିକ୍ୟୁରିଟି କୋଡ୍ ଯୋଡା ଯାଉଛି। ଫଳରେ ଟିକା ପାଇଥିବା ଲୋକଙ୍କ ସମ୍ପର୍କରେ ସଠିକ୍ ସୂଚନା ଉପଲବ୍ଧ ହେବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଦିନ ସୂଚନା ଦିଆଯାଇଛି।

କିଛି ତ୍ରୁଟି ଦୂର କରିବା ତଥା ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମେ ୮ ତାରିଖରୁ କୋଓ୍ବିନ ଆପରେ ଏକ ୪ ଅଙ୍କ ବିଶିଷ୍ଟ ସୁରକ୍ଷା କୋଡ୍ ସାମିଲ କରାଯାଉଛି।

ଏବେ ଯେଉଁମାନେ ଟୀକାକରଣ କେନ୍ଦ୍ରରେ ଟିକା ନେବାକୁ ପହଞ୍ଚିବେ ସେମାନ ଟିକା ଦେଉଥିବା କର୍ମଚାରୀଙ୍କୁ ଏହି ୪ ଅଙ୍କ ବିଶିଷ୍ଟ ସୁରକ୍ଷା କୋଡ୍ କହିବାକୁ ପଡିବ। ଏହା ପରେ ହିଁ ସେମାନଙ୍କୁ ଟିକା ଦିଆଯିବ ଏବଂ ତଦନୁଯାୟୀ ଡିଜିଟାଲ ସାର୍ଟିଫିକେଟ୍ ଦିଆଯିବ।

ଯେଉଁମାନେ ଟୀକାକରଣ ପାଇଁ ଅନଲାଇନ୍ ବୁକିଂ କରିଛନ୍ତି ସେମାନଙ୍କ ପାଇଁ କେବଳ ଏହି ନୂଆ ଫିଚର। ସୂଚନା ଅନୁଯାୟୀ ଏପ୍ରିଲ୍ ୨୮ରେ ଟୀକାକରଣ ପଞ୍ଜୀକରଣ ସମୟରେ ଏହି କୋୱିନ୍ ଆପରେ କିଛି ବୈଷୟିକ ତ୍ରୁଟି ଦେଖାଯାଇଥିଲା। ଯାହା ଫଳରେ ପଞ୍ଜୀକରଣ ପ୍ରକ୍ରିୟା ବନ୍ଦ ରଖାଯାଇଥିଲା।

Comments are closed.