ବ୍ରହ୍ମପୁର: ମୃତ ଗାଈକୁ ଗାଡ଼ି ପଛ ପଟରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେବା ଭଳି ହୃଦୟବିଦାରକ ଦୃଶ୍ୟ ଗଞ୍ଜାମ ଜିଲାର ଛତ୍ରପୁର ଠାରେ ଦେଖିବାକୁ ମିଳିଛି। ଏହି ଘଟଣାରେ ଦୁଇଜଣ ନିଲମ୍ବିତ ମଧ୍ୟ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ଛତ୍ରପୁର ଠାରେ ସୋମବାର ଏକ ଅଜଣା ଗାଡ଼ି ଧକ୍କାରେ ଗୋଟିଏ ଗାଈର ମୃତ୍ୟୁ ହୋଇଥିଲା। ଗାଈର ଶବ ରାଜପଥ ଉପରେ ପଡ଼ି ରହିଥିଲା। ଯାତାୟାତରେ ଅସୁବିଧା ହେଲା। ଖବର ପାଇଁ ସୋମପାର ପୂର୍ବାହ୍ନରେ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚଏଆଇ)ର ହାଇୱେ ପାଟ୍ରୋଲିଂ ଗାଡ଼ି ପହଞ୍ଚିଥିଲା। ପାଟ୍ରୋଲିଂ ଗାଡ଼ିର ପଛପଟରେ ଏକ ଦୌଡ଼ିରେ ଗାଈର ଶବକୁ ବାନ୍ଧି ଦେଇଥିଲେ। ରାଜପଥରେ ଘୋଷାଡ଼ି ଘୋଷାଡ଼ି ନେଇଥିଲେ। ଏନେଇ ଏକ ଭିଡ଼ିଓ ଭାଇରାଲ୍ ହୋଇଥିଲା। କେତେକ ସଂଗଠନ ତରଫରୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିଲା। ବିବାଦ ବଢ଼ୁଥିବା ଦେଖିବା ପରେ ଏନଏଚଏଆଇ ତରଫରୁ ଉକ୍ତ ଗାଡ଼ିର ଚାଳକ ଏବଂ ସୁପରଭାଇଜରଙ୍କୁ ବହିଷ୍କୃତ କରାଯାଇଛି। ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି ଏନଏଚଏଆଇ ତରଫରୁ କୁହାଯାଇଛି।
BREAKING NEWS
- Odisha Day:ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ;ପୁରୀରେ ହେବ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା …
- CCS meeting: ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଡାକିଲେ CCS ବୈଠକ; ଆଜି ସନ୍ଧ୍ୟା…
- ଫିଫା ବିଶ୍ୱକପ: କ୍ରମାଗତ ତୃତୀୟ ଥର ପାଇଁ ଯୋଗ୍ୟତା ହାସଲ କରିପାରିଲା ନାହିଁ ଇଟାଲୀ, ଚୂଡାନ୍ତ ହେଲା ୪୮ ଟିମ
- Paddy Procurement: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର
- ସାମ୍ଭାଜୀ ମହାରାଜାଙ୍କ ପୁଅ ଭୂମିକା କରିବେ ଭିକ୍କି କୌଶଲ
- Main Actor Nahi Hoon Release: ଚାରୋଟି ଫିଲ୍ମ ଫେଷ୍ଟିଭାଲରେ ଛାଇଲା ନୱାଜୁଦ୍ଦିନ ସିଦ୍ଦିକୀଙ୍କ ଏହି ଫିଲ୍ମ…ଏବେ ଭାରତରେ ହେବ ରିଲିଜ୍…
- District Planning Committees: ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ;୪ ମନ୍ତ୍ରୀ ଓ ୨୬ ବିଧାୟକଙ୍କୁ ଦାୟିତ୍ବ
- କାହିଁକି ବୃଦ୍ଧି ପାଉଛି ରାଣୀ ମହୁମାଛି ଚୋରା ଚାଲାଣ? ଜାଣନ୍ତୁ କେତେ ରହିଛି ଏହାର ବଜାର ମୂଲ୍ୟ
- Isreal After Trump says leave War: ଯୁଦ୍ଧରେ ଆମେରିକାଠୁ ଅଲଗା ହେଲା କି ଇସ୍ରାଏଲ? ଟ୍ରମ୍ପଙ୍କ ବୟାନ ପରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା…
- PM Modi Assam Visits: ଚା ବଗିଚାରେ ହଠାତ୍ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ମହିଳାଙ୍କ ସହ ଛିଣ୍ଡାଇଲେ ଚା ପତ୍ର…
Comments are closed.