Latest Odisha News

BREAKING NEWS

ଖୋଲା ରହିବ ଗ୍ରୋସରୀ ଦୋକାନ: ପୋଲିସ କମିଶନର

ଭୁବନେଶ୍ୱର: କରୋନା ପାଇଁ ଚାରିଆଡେ କଟକଣା ଜାରି ହୋଇଥିବା ବେଳେ ଗ୍ରୋସରୀ ଦୋକନା ଖୋଲିବା ନେଇ କୌଣସି କଟକଣା ରହିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ତେବେ ଦୋକନଗୁଡିକରେ ଅଜଥା ଭିଡ ନ ଜମାଇବାକୁ କୁହାଯାଇଛି । କେବଳ ଗ୍ରୋସରୀ ନୁହେଁ କ୍ଷୀର, ଫଳ, ପନିପରିବା ଓ ଔଷଧ ଦୋକାନ ଖୋଲା ରହିବ ବୋଲି କୁହାଯାଇଛି ।
ସେହିପରି ଆଇଟି କମ୍ପାନୀ କର୍ମଚାରୀଙ୍କୁ ୧୪ ଦିନ ଯାଏଁ ଅଫିସ ନଆସି ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘରେ କାମ ନ କରିପାରିଲେ ଛୁଟିରେ ଯିବାକୁ କୁହାଯାଇଛି । ଯଦି କେହି ନିୟମ ନମାନନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।
ସେହିପରି ଥାନାଗୁଡିକରେ ମଧ୍ୟ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଥିବା କିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ଥାନାରେ ସ୍ୱଚ୍ଛତା ପାଇଁ ସାନିଟାଇଜର ଦିଆଯାଇଛି ।

Leave A Reply

Your email address will not be published.