Latest Odisha News

BREAKING NEWS

ପୁରୀ ବେଳାଭୂମିରେ ଜୀବନ୍ତ ଶାମୁକା

ପୁରୀ: ପୁରୀର ଉପକୂଳରେ ଥିବା ବ୍ଲୁ ଫ୍ଲାଗ୍ ବିଚ୍ ଏବଂ ନୀଳାଦ୍ରି ବେଳାଭୂମିରେ ହଜାର ହଜାର ଜୀବନ୍ତ ଶାମୁକା ଦେଖିବାକୁ ମିଳିଛି। ଏହି ଭଳି ବିରଳ ଏବଂ ମନମୋହକ  ଦୃଶ୍ୟ ଦର୍ଶକ ମାନଙ୍କୁ ଖୁବ୍ ଆକର୍ଷଣ କରୁଛି।

ସାଧାରଣତଃ ଶାମୁକା ଅନ୍ଧାର ଏବଂ କୂଳକୁ ଆସି ସୂର୍ଯ୍ୟୋଦୟ ପରେ ୧ରୁ ୨ ଘଣ୍ଟା ମଧ୍ୟରେ ସମୁଦ୍ରକୁ ଫେରିଯାଇଥାନ୍ତି। ସ୍ଥାନୀୟ ବାସିନ୍ଦାମାନେ ଏହି ଦୃଶ୍ୟକୁ ଆକର୍ଷଣୀୟ ବୋଲି କହିବା ସହ ସେମାନେ ପୂର୍ବରୁ ଏତେ ସଂଖ୍ୟାରେ ସାମୁଦ୍ରିକ ଶାମୁକା ଦେଖିନଥିବା କହିଛନ୍ତି। ତେବେ ଏହାର ଭିଡିଓ ଏବଂ ଫଟୋ  ସୋସିଆଲ ମିଡିଆରେ ଦୃତ ଭାବରେ ଭାଇରାଲ ହେବାରେ ଲାଗିଛି।

ଏଥିସହିତ ବେଳାଭୂମିରେ ନିୟୋଜିତ ଥିବା ଲାଇଫଗାର୍ଡ ମାନେ ମଧ୍ୟ ଏହି ପ୍ରାଣୀମାନଙ୍କର ସୁରକ୍ଷା ପ୍ରତି ଧ୍ୟାନ ଦେଉଥିବା କୁହାଯାଉଛି।

Comments are closed.