ଟଙ୍କା ନଥିବାରୁ ଶ୍ମଶାନରେ ମିିଳିଲାନି ଜାଗା, ରାସ୍ତାରେ ହେଲା ଶବଦାହ
ସୁରତ: କଳାହାଣ୍ଡି ଜିଲ୍ଲାର ଦାନ ମାଝୀଙ୍କ ଭଳି ଗୁଜୁରାଟ ସୁରତରୁ ସାମନାକୁ ଆସିଛି ଏକ ଅଭାବନୀୟ ଘଟଣା । ଗରିବ ଆଦିବାସୀ ପରିବାରର କରୁଣ ଚିତ୍ର ସାରା ଦେଶରେ ଲଜ୍ଜିତ କରିଛି । ଟଙ୍କା ନଥିବାରୁ ଶ୍ମଶାନରେ ବାପାଙ୍କର ଶବ ସତ୍କାର କରି ପାରିଲେ ନାହିଁ ଆଦିବାସୀ ପରିବାର । ଶେଷରେ ରାସ୍ତା ଉପରେ ଶେଷ କୃତ୍ୟ କରିଥିଲେ ।
ରାସ୍ତା ଉପରେ ଶବ ସତ୍କାର କରିବା ନେଇ ସଂପୃକ୍ତ ପରିବାର ଲୋକଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି, ଶ୍ମଶାନ ଘାଟରେ ଶେଷକୃତ୍ୟ ପାଇଁ ସେମାନଙ୍କୁ ଅନୁମତି ମିଳିଲା ନାହିଁ । କାରଣ ସେମାନଙ୍କ ପାଖରେ ନଥିଲା ଆବଶ୍ୟକ ଫିସ୍ ।
ଏହି ଘଟଣା ଘଟିଛି ସୁରଜ ଜିଲ୍ଲାର ଇନା ଅଞ୍ଚଳରେ । ଗତ ମଙ୍ଗଳବାର ଆଦିବାସୀ ଶ୍ରମିକ ମୋହନ କୁମାର ରାଠୋରଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକ ଶ୍ମଶାଟଘାଟକୁ ମୃତଦେହ ନେଇଥିଲେ ।
ସେଠାରେ ଅନ୍ତିମ ସଂସ୍କାର ପାଇଁ ୨୫ ଶହ ଟଙ୍କା ମଗାଯାଇଥିଲା । ଏତେ ଟଙ୍କା ପାଖରେ ନଥିବାରୁ ଶେଷରେ ପରିବାର ଓ ଆତ୍ମୀୟ ମୃତଦେହକୁ ମେନ୍ ରୋଡ ଉପରେ ରଖି ଶେଷ କୃତ୍ୟ କରିଥିଲେ ।
Comments are closed.