ନୂଆଦିଲ୍ଲୀ: ୧୨୮ ବର୍ଷ ପରେ ଅଲମ୍ପିକକୁ ଫେରିବ କ୍ରିକେଟ । ଖାଲି କ୍ରିକେଟ ନୁହେଁ, ଆହୁରି ୫ଟି ଗେମକୁ ଅଲମ୍ପିକରେ ସାମିଲ କରାଯାଇଛି । ଆଇଓସି ଅଧ୍ୟକ୍ଷ ଥାମସ ବାକ୍ ଏହି ସୂଚନା ଦେଇଛନ୍ତି । ଆଇଓସି ଅଧ୍ୟକ୍ଷ କହିଛନ୍ତି, ଆମେ ଆଇସିସି ସହ କାମ କରିବୁ । ଆମେ କୌଣସି ଦେଶର ବ୍ୟକ୍ତିଗତ କ୍ରିକେଟ ଅଧିକାରୀଙ୍କ ସହ କାମ କରିବୁ ନାହିଁ । କ୍ରିକେଟକୁ ଆହୁରି କିପରି ଲୋକପ୍ରିୟ କରାଯାଇ ପାରିବ ତାହା ଆମେ ଆଇସିସିର ସହଯୋଗ ନେଇ ଦେଖିବୁ । ତେବେ କ୍ରିକେଟ ବ୍ୟତୀତ ବେସ ବଲ/ସଫ୍ଟ ବଲ, କ୍ରିକେଟ(ଟି୨୦), ଫ୍ଲେଗ ଫୁଟବଲ, ଲ୍ୟାକ୍ରସ ଏବଂ ସ୍କ୍ୱେଶକୁ ମଧ୍ୟ ଅଲମ୍ପିକରେ ସାମିଲ କରାଯାଇଛି ।
୨୦୨୮ରେ ଲସ ଏଞ୍ଜଲ୍ସରେ ହେବାକୁ ଥିବା ଏହି ୫ଟି ପ୍ରତିଯୋଗିତାର ଆୟୋଜନ କରାଯିବ । ଆଇଓସି ପ୍ରେସିଡେଣ୍ଟ ଥୋମାସ ବାକ୍ ମୁମ୍ବାଇଠାରେ ଆୟୋଜିତ ବୋର୍ଡ ମିଟିଂର ୨ ଦିନରେ ଏହି ସୂଚନା ଦେଇଛନ୍ତି । ବୋର୍ଡ ଏହି ପ୍ରସ୍ତାବକୁ ଅନୁମତି ଦେଇଥିବା ସେ କହିଛନ୍ତି । ଏହି ଟି ୨୦ ଖେଳ ଇଣ୍ଟରନାଶନାଲ ଫର୍ମାଟରେ ହେବ ।
Comments are closed.