ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ ବିଶ୍ୱ ଚାମ୍ପିୟନ ହେବା ପରେ ଖେଳାଳିମାନଙ୍କ ପାଦ ଖୁସୀରେ ତଳେ ଲାଗୁନି । ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି । ରାତିସାରା ଟ୍ରଫି ଜିତିବା ଖୁସୀ ଖେଳାଳିମାନେ ମନେଇଥିଲେ । ପ୍ରତ୍ୟେକ ଖେଳାଳି ଟ୍ରଫି ସହ ଫଟୋ ଉଠାଇବାରେ ବ୍ୟସ୍ତ ଥିଲେ । କେତେକ ଖେଳାଳି ଟ୍ରଫିକୁ ପାଖରେ ରଖି ଶୋଇବା ଫଟୋ ମଧ୍ୟ ଉଠାଇଥିଲେ । ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟିକା ହରମନପ୍ରୀତ ଇନଷ୍ଟାଗ୍ରାମରେ ଟ୍ରଫି ସହ ଶୋଇବା ଫଟୋ ବେଶ ଚର୍ଚ୍ଚା ସାଉଁଟିଛି ।
ସେ ଯେଉଁ ଜର୍ସି ପିନ୍ଧିଛନ୍ତି ସେଥିରେ କ୍ରିକେଟ ଇଜ ଏ ଜେଂଟଲମ୍ୟାନସ ଏଭ୍ରିୱାନ ଗେମ ଲେଖାଯାଇଛି । ଏଥିରେ ଏ ଜେଂଟଲମ୍ୟାନ୍ସ ଗେମ୍ସର ଲେଖାକୁ କଟାଯାଇଛି । ଏହାକୁ ପଢ଼ିଲେ କ୍ରିକେଟ ଇଜ ଏଭ୍ରିୱାନସ ଗେମ ହେଉଛି । ଜେଂଟଲମ୍ୟାନ୍ସ ଗେମ୍ସ ପରୋକ୍ଷରେ ମହିଳା ଖେଳାଳିଙ୍କ ପ୍ରତି ଅପମାନ ଭାବେ ବିବେଚନା କରାଯାଉଛି । ଜର୍ସିର ଲେଖା ମାଧ୍ୟମରେ ହରମନପ୍ରୀତ ଯେଉଁ ବାର୍ତା ଦେଇଛନ୍ତି ତାହା ସମସ୍ତଙ୍କୁ ପ୍ରଭାବିତ କରିଛି । ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୯୯ ରନର ଲକ୍ଷ୍ୟ ରଖିଥିଲା । ଦକ୍ଷିଣ ଆଫ୍ରିକେ ୫୩ ରନରେ ଏହି ମ୍ୟାଚ ହାରି ଯାଇଥିଲା । ଏଥିସହ ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ ଟାଇଟଲ ହାସଳ କରିଛି ।
Comments are closed.