Latest Odisha News

BREAKING NEWS

ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୭: ଚ୍ୟାଲେଂଜ ଲିଗ ପାଇଁ ଟିମ ଘୋଷଣା

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୭ ପୁରୁଷ ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଗୁରୁବାର ଏ ନେଇ ଚ୍ୟାଲେଂଜ ଲିଗ ପାଇଁ ୧୨ଟି ଟିମର ନାମ ଘୋଷଣା କରାଯାଇଛି । ୨ଟି ଗ୍ରୁପର ଏହି ଟିମଗୁଡିକ ଭାଗ କରାଯାଇଛି । ବିଜେତା ଓ ଉପବିଜେତାଙ୍କୁ ବିଶ୍ୱକପ କ୍ୱାଲିଫାୟର ପ୍ଲେଅଫରେ ପ୍ରବେଶ ପାଇଁ ସୁଯୋଗ ମିଳିବ । ଲିଗ ଏରେ ଡେନମାର୍କ, ଜର୍ସି, କୁଏଟ, ପାପୁଆ ନିଉ ଗିନି ଓ କାତାର ରହିଥିବା ବେଳେ ବିରେ ବହରୀନ, ହଂକଂ, ଚୀନ, ଇଟାଲୀ, ସିଙ୍ଗାପୁର, ତାଞ୍ଜାନିଆ ଓ ୟୁଗାଣ୍ଡା ରହିଛନ୍ତି ।

କ୍ୱାଲିଫିକେଶନ ପାଥ ୱେର ଗତ ସଂସ୍କରଣରେ ଭଲ ପ୍ରଦର୍ଶନ କରି ୮ଟି ଟିମ କ୍ୱାଲିଫାଇ କରିଛନ୍ତି । ମାଲେସିଆ ନିକଟରେ ସମ୍ପନ୍ନ ହୋଇଥିବା ଚ୍ୟାଲେଂଜ ଲିଗ ପ୍ଲେ ଅଫରେ ୪ଟି ଟିମ ମଧ୍ୟରେ ନିଜକୁ ସୁରକ୍ଷିତ ରଖିଛି । ଖୁବ ଶୀଘ୍ର ଏହାର କାର୍ଯ୍ୟସୂଚୀ ଘୋଷିତ କରାଯିବ ।

Leave A Reply

Your email address will not be published.