Latest Odisha News

BREAKING NEWS

ସୁଶାନ୍ତଙ୍କ ଦିଲ ବେଚାରା ଦେଖି ଭାବ ପ୍ରବଣ ହୋଇ ପଡିଲେ କ୍ରିକେଟର ମନୋଜ ତିୱାରୀ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ଦିଲ ବେଚାରା ୱେବ ଓ ଓଟିଟି ଦୁନିଆରେ ଝଡ ସୃଷ୍ଟି କରୁଛି କହିଲେ ଭୁଲ ହେବ ନାହିଁ । ଫିଲ୍ମଟି ସବୁ ରେକର୍ଡ ଭାଙ୍ଗିବା ସହ ଆଇଏମଡିବି ୯.୭ ରେଟିଂ ଦେଇଛି । ଫିଲ୍ମକୁ ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି । ଏହି ଫିଲ୍ମ ଦେଖି ଭାରତୀୟ କ୍ରିକେଟର ମନୋଜ ତିୱାରୀ ଭାବ ପ୍ରବଣ ହୋଇ ପଡିଥିଲେ । ତାଙ୍କ ଆଖିରୁ ଲୁହ ଝରି ଆସିଥିଲା । ସୁଶାନ୍ତଙ୍କ ଅଭିନୟ ମୋତେ କନ୍ଦାଇ ଦେଲା ବୋଲି ସେ କହିଛନ୍ତି । ଏହା ଏକ ବ୍ଲକ ବଷ୍ଟର ଫିଲ୍ମ ବୋଲି ମନୋଜ କହିଛନ୍ତି ।

ଅନେକ ପ୍ରଶଂସକ ମନ ଦୁଃଖରେ କହିଛନ୍ତି ଏ ଭଳି ଅଭିନେତାର ଆଉ ଫିଲ୍ମ ଆମେ ଦେଖିବାକୁ ପାଇବୁ ନାହିଁ । ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ଖୋଜିବା ସହ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ସେମାନେ କହିଛନ୍ତି । ଜୁନ ୧୪ରେ ସୁଶାନ୍ତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ ।

Comments are closed.