Latest Odisha News

ଏଥର କ୍ରିଜରେ ନୁହଁ, ରାସ୍ତାରେ ଏକ ହୃଦୟସ୍ପର୍ଶୀ କାମ କରି ଚର୍ଚ୍ଚାରେ ମହମ୍ମଦ ସାମି

ନୂଆଦିଲ୍ଲୀ: ଏକ ହୃଦୟସ୍ପର୍ଶୀ କାମ କରି ଚର୍ଚ୍ଚାରେ ମହମ୍ମଦ ସାମି । ଭାରତୀୟ କ୍ରିକେଟ୍ ତାରକା ମହମ୍ମଦ ସାମି ଉତ୍ତରାଖଣ୍ଡର ନୈନିତାଲ ନିକଟରେ ଏକ ପାହାଡ଼ିଆ ରାସ୍ତାରେ ଏକ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚର୍ଚ୍ଚାରେ। ଯାହାକୁ ସେ ତାଙ୍କ ସୋଶିଆଲ ମିଡିଆ ଇନଷ୍ଟାରେ ସେୟାର କରିଛନ୍ତି।

ରବିବାର ସକାଳେ ମହମ୍ମଦ ସାମିଙ୍କ କାର ଆଗରେ ଏହି ଘଟଣା ଘଟିଥିଲା । ଏହାପରେ ସାମି ତୁରନ୍ତ ଉଦ୍ଧାର କରିଥିଲେ। ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଉଦ୍ଧାରର ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସାମି ଓ ତାଙ୍କ ଟିମ୍ କାର୍ ଦୁର୍ଘଟଣାର ଶିକାର ହୋଇଥିବା ପୀଡ଼ିତାଙ୍କୁ ସାହାଯ୍ୟ କରୁଥିବାର ଦେଖିବାକୁ ମିଳିଛି। ଭିଡିଓର କ୍ୟାପସନରେ ସାମି ଲେଖିଛନ୍ତି, ‘ସେ ବହୁତ ଭାଗ୍ୟଶାଳୀ ଯେ ଭଗବାନ ତାଙ୍କୁ ଦ୍ବିତୀୟ ଜୀବନ ଦେଇଛନ୍ତି। ନୈନିତାଲ ନିକଟରେ ଥିବା ପାହାଡିଆ ରାସ୍ତାରୁ ତାଙ୍କ ଗାଡ଼ି ମୋ ଗାଡ଼ି ଆଗରେ ଖସି ପଡ଼ିଥିଲା। ଆମେ ତାଙ୍କୁ ସୁରକ୍ଷିତ ଭାବେ ବାହାରକୁ ନେଇ ଆସିଥିଲୁ।

ସାମିଙ୍କ ଏହି ଦାୟିତ୍ୱପୂର୍ଣ୍ଣ କାମ କ୍ରୀଡ଼ାର ପ୍ରକୃତ ଭାବନାକୁ ସୂଚାଉଛି। ଯାହା କ୍ରିକେଟ୍ ପଡ଼ିଆ ବାହାରେ ଏବଂ ମାନବିକତାର ପରିସୀମା ମଧ୍ୟରେ ବ୍ୟାପ୍ତ।

ପଡ଼ିଆ ଭିତରେ ସାମିଙ୍କ ସଫଳତା ମଧ୍ୟ ସେତିକି ଉଲ୍ଲେଖନୀୟ। ନିକଟରେ ସେ ଆଇସିସି ଦିନିକିଆ ବିଶ୍ବକପ୍ରେ ସର୍ବାଧିକ 24 ଓ୍ୱିକେଟ ଅକ୍ତିଆର କରିଥିଲେ। ତାଙ୍କର ଏହି ଅବଦାନ ଭାରତକୁ ଫାଇନାଲରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

ବିଶ୍ବକପରେ ସାମିଙ୍କ ଚମତ୍କାର ପ୍ରଦର୍ଶନ ଭାରତର ଅନ୍ୟତମ ଶକ୍ତିଶାଳୀ ବୋଲର ଭାବେ ତାଙ୍କ ସ୍ଥିତିକୁ ଆହୁରି ଦୃଢ଼ କରିଦେଇଛି। ଦିନିକିଆ ବିଶ୍ୱକପ୍ରେ 55ଟି ଓ୍ୱିକେଟ୍ ନେଇ ସେ ଭାରତ ପକ୍ଷରୁ ସର୍ବାଧିକ ବିକେଟ୍ ନେବାରେ ପୂର୍ବତନ ଜାହିର ଖାନ୍ ଓ ଜାଭଗଲ ଶ୍ରୀନାଥଙ୍କୁ ପଛରେ ପକାଇ ଦେଇଛନ୍ତି।

Comments are closed.