Latest Odisha News

BREAKING NEWS

ଗୁପ୍ତ ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚର ଖୁଲାସା, ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ରହସ୍ୟମୟୀ ମହିଳା

ଭୁବନେଶ୍ବର : ଡିଆରଡିଓ ତଥ୍ୟ ଲିଙ୍କ ଘଟଣା । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡାଙ୍କ ପ୍ରତିକ୍ରିୟା। ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ଜେଲ ହାଜତ କୁ ପଠା ଯାଇଛି। ପୁଣି ଆବଶ୍ୟକ ପଡ଼ିଲେ ରିମାଣ୍ଡ ରେ ଆସିବେ। ରହସ୍ୟମୟ ଯୁବତୀ ସମ୍ପର୍କରେ ସୂଚନା ଦେଲା କ୍ରାଇମବ୍ରାଞ୍ଚ । ବିବାହ ର ପ୍ରଲୋଭନ ଦେଖେଇ ଘରକୁ ଚନ୍ଦିପୁରର ଅଭିଯୁକ୍ତଙ୍କ ବାସଭବନ ଆସିବାକୁ ପ୍ରସ୍ତାବ ଦେଇଥିଲେ । ୭ଟି ଫେସବୁକ ରେ ଆକାଉଣ୍ଟ ଖୋଲି ସେମାନଙ୍କ ସହ ଆଲୋଚନା କରୁଥିଲେ । ଦୁବାଇରୁ ଟଙ୍କା ଆସିଥିବା ନେଇ କ୍ରାଇମବ୍ରାଞ୍ଚର ଅଧିକ ତନାଘନା ଜାରି ।

ଗୁପ୍ତ ତଥ୍ୟ ଲିକ୍ ମାମଲାରେ ଚାଞ୍ଚଲ୍ୟକର ଖୁଲାସା କରିଛି କ୍ରାଇମବ୍ରାଞ୍ଚ । ଦୁଇ ଅଭିଯୁକ୍ତଙ୍କୁ ରହସ୍ୟମୟୀ ମହିଳା ଦେଇଥିଲେ ବିବାହ ପ୍ରସ୍ତାବ । ଦୁଇ ଅଭିଯୁକ୍ତଙ୍କ ସହ ଭିଡିଓ କଲରେ କଥା ହୋଇଥିଲେ । ଭିଡିଓ କଲରେ ହିନ୍ଦୀରେ କଥା ହେଉଥିଲେ ଏହି ମହିଳା । ବିଭିନ୍ନ ନାଁରେ ମହିଳାଙ୍କର ୭ଟି ଫେସବୁକ୍ ଆକାଉଣ୍ଟ ଥିଲା । ଆଉ ଅଭିଯୁକ୍ତଙ୍କ ସହ ମହିଳା ଜଣକ ସବୁବେଳେ ଚାଟ୍ କରୁଥିଲେ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ।

ସୂଚନା ଅନୁସାରେ, ଦୁଇ ଜଣ ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ମହିଳା । ଜଣେ ଅଭିଯୁକ୍ତଙ୍କୁ ତାଙ୍କ ଚାନ୍ଦିପୁର ବାସଭବନକୁ ଆସିବାକୁ କହିଥିଲେ । ଏହି ମାମଲାରେ ଦୁବାଇ ଲିଙ୍କ ସାମ୍ନାକୁ ଆସିବା ପରେ ଏହାର ମଧ୍ୟ ତନାଘନା କରୁଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତଙ୍କ ଦୁବାଇ ଲିଙ୍କ୍ ଓ ଆକାଉଣ୍ଟ ଡିଟେଲ୍ସ ଜାଣିବାକୁ ପ୍ରୟାସ ଜାରି ରହିଛି । ଏହାସହ ଅଭିଯୁକ୍ତମାନେ ଅନ୍ୟ କୌଣସି ଉପାୟରେ ଟଙ୍କା ନେଇଛନ୍ତି କି ନାହିଁ ତାର ମଧ୍ୟ ଯାଞ୍ଚ ଚାଲିଛି । ରହସ୍ୟମୟୀ ମହିଳା ଜଣକ ୟୁକେ ନମ୍ବରରେ ଫୋନ୍ କରିଥିବାରୁ ଏହି ୟୁକେ ନମ୍ବର ବିଷୟରେ ମଧ୍ୟ ଯାଞ୍ଚ କରାଯାଉଛି । ଦରକାର ପଡିଲେ, ଅଭିଯୁକ୍ତଙ୍କୁ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

Leave A Reply

Your email address will not be published.