Latest Odisha News

BREAKING NEWS

ପାରଳାଖେମୁଣ୍ଡି ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ଘଟଣାର ଆରମ୍ଭ ହେଲା କ୍ରାଇମବ୍ରାଞ୍ଚ ତଦନ୍ତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଜଣେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡ଼ା ଜବାହର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀ ରାଇତାଙ୍କ ଘରକୁ ସୋମବାର କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ଗସ୍ତ କରିଛନ୍ତି।

ମୃତ୍ୟୁର କାରଣ ଜାଣିବା ପାଇଁ ସେମାନେ ପରିବାର ଲୋକଙ୍କୁ ପଚରାଉଚରା କରିଥିଲେ। ଗତ ଫେବ୍ରୁଆରି ମାସରେ ସୌଦାମିନୀ ନିଜ ସ୍କୁଲରେ ରହସ୍ୟଜନକ ଭାବେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲେ।

ପୁଲିସ ‘ଆତ୍ମହତ୍ୟା’ର କାରଣ ସ୍ପଷ୍ଟ କରିପାରି ନଥିବା ବେଳେ ସୌଦାମିନୀଙ୍କ ପରିବାର ଲୋକେ ସନ୍ଦେହ କରି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

ସୌଦାମିନୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ଗଣମାଧ୍ୟମକୁ କହିଥିଲେ ଯେ ସୌଦାମିନୀଙ୍କ ମୃତ୍ୟୁର କୌଣସି କାରଣ ଜଣା ନଥିବାରୁ ସେ ଏଭଳି ଚରମ ପଦକ୍ଷେପ ନେବେ ବୋଲି ସେମାନେ ବିଶ୍ୱାସ କରୁନାହାନ୍ତି। ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସେମାନେ ଦାବି କରିଥିଲେ।

Comments are closed.