Latest Odisha News

BREAKING NEWS

କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୨ ବେପାରୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

ବାଲେଶ୍ୱର: କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳରୁ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ଦୁଇ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ଜବତ ହୋଇଛି ୧ କେଜି ୩୬୦ ଗ୍ରାମ ବ୍ରାଉନସୁଗର । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩୬ ଲକ୍ଷ ଟଙ୍କା ହେବ । ଗିରଫ ଦୁଇ ଅଭିଯୁକ୍ତ ହେଲେ ବାଲେଶ୍ୱର ଅରଡ଼ବଜାର ଅଞ୍ଚଳର ମାନସ ମୁଖି ଓ ହରିପୁର ଅଞ୍ଚଳର କମଳାକାନ୍ତ ଦାସ ।

BjdElectrycity

ଗତକାଲି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳରେ ରେଡ୍ କରିଥିଲା ଭୁବନେଶ୍ୱର ଏସଟିଏଫର ଗୋଟିଏ ଟିମ୍ । ଏତିକିବେଳେ ଦୁଇ ଅଭିଯୁକ୍ତଙ୍କ ପାଖରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି । କୋଲକାତାରୁ ବ୍ରାଉନସୁଗର ଆଣି ସେମାନେ ବେପାର କରୁଥିବା ଜଣାପଡ଼ିଛି । ରାଜ୍ୟର କେଉଁ ସ୍ଥାନକୁ ଚାଲାଣ କରୁଥିଲେ ? ରାକେଟରେ ଆଉ କେଉଁମାନେ ସଂପୃକ୍ତ ? କିଏ ବ୍ରାଉନସୁଗର କାରବାରର ମାଷ୍ଟରମାଇଣ୍ଡ ସେନେଇ ଅଧିକ ଖୋଳତାଡ ଚାଲିଛି ।

ନିଶା କାରବାର ଉପରେ ରୋକ ଲଗାଇବା ପାଇଁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଚଳାଇଛି ସ୍ପେଶାଲ୍ ଡ୍ରାଇଭ୍ । ଗତବର୍ଷଠାରୁ ଏଯାଏ ୩୦ କିଲୋ ବ୍ରାଉନସୁଗର ଜବତ ହୋଇଛି । ସେହିପରି ୬୪ କ୍ୱିଣ୍ଟାଲ (୬୪୦୦ କିଲୋ) ଗଞ୍ଜେଇ ଜବତ ହୋଇଛି । ଶହେ ଜଣ ବେପାରୀଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।

Leave A Reply

Your email address will not be published.