Latest Odisha News

BREAKING NEWS

ରିମାଣ୍ଡରେ ଗଲେ ପ୍ରଦୀପ ପାଣିଗ୍ରାହୀ, ଆକାଶଙ୍କ ସହ ହୋଇପାରେ ମୁହାଁମୁହିଁ ଜେରା

ଭୁବନେଶ୍ୱର: ଦୁଇ ଦିନିଆ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରହୀ । ଜେରା ପାଇଁ ତାଙ୍କୁ ଝାରପଡ଼ା ଜେଲରୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ନିଆଯାଇଛି । ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ।

ଟାଟାରେ ଚାକିରି ନାଁରେ ଠକେଇ ମାମଲାରେ ପ୍ରଦୀପଙ୍କୁ ଜେରା ହେବ । ଆକାଶ ପାଠକଙ୍କ ସହ ମୁହାଁମୁହିଁ ଜେରା କରିପାରେ ବୋଲି ସୂଚନା ମିଳିଛି । ଆଜି ଆକାଶଙ୍କ ସହ ଜେରା ହୋଇପାରେ । ଚାକିରି ନାଁରେ ଠକେଇ ନେଇ ୬ ଜଣ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲେ ।

ଟାଟା ମୋଟର୍ସରେ ଚାକିରି କରାଇ ଦେବାକୁ କହି ଲୋକଙ୍କୁ ଠକିଛନ୍ତି ଆକାଶ ପାଠକ । ଏଥିରେ ପ୍ରଦୀପ ପାଣିଗ୍ରାହୀଙ୍କର ଲିଙ୍କ ରହିଥିବା ତଦନ୍ତରୁ ଜଣା ପଡ଼ିଛି । ଲୋକଙ୍କଠୁ ପ୍ରଦୀପ ପାଣିଗ୍ରାହୀ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି ।

ନିଜେ ଓ ସମର୍ଥକଙ୍କ ଜରିଆରେ ଚାକିରି ଆଶାୟୀଙ୍କଠାରୁ ଟଙ୍କା ଆଦାୟ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ । ଏପରିକି ଭାବି ଜ୍ୱାଇଁ ଆକାଶ ପାଠକ ଟାଟା ମୋଟର୍ସର ଏମଡି ଅଛନ୍ତି ବୋଲି ସେ ପ୍ରଚାର କରୁଥିଲେ । ଗଞ୍ଜାମ ଜିଲ୍ଲାର ପାଖାପାଖି ୬୮ ଜଣଙ୍କୁ ଜାଲ ନିଯୁକ୍ତି ଦିଆଯାଇଛି ବୋଲି ଟାଟା ମୋଟର୍ସ ପକ୍ଷରୁ କ୍ରାଇମବ୍ରାଞ୍ଚରେ ଅଭିଯୋଗ ହୋଇଥିଲା । ପୁନେ ଓ ବ୍ରହ୍ମପୁରରେ ଖୋଳତାଡ କରିଛି ତଦନ୍ତକାରୀ ଟିମ୍ ।

Leave A Reply

Your email address will not be published.