Latest Odisha News

BREAKING NEWS

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ହାତକୁ ଗଲା ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତ ଦାୟିତ୍ୱ । ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ନିର୍ଦ୍ଦେଶ ପାଇବା ପରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ।

ମହିଳା ଥାନାରୁ ମାମଲା ସମ୍ପର୍କିତ କାଗଜପତ୍ର ନେଇଛି କ୍ରାଇମବ୍ରାଞ୍ଚ । ଏହାସହ ଓଟିଭି ଅଫିସରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଖୋଳତାଡ କରିଥିବା ସୂଚନା ମିଳିଛି । ତିନି ଜଣ କର୍ମଚାରୀଙ୍କୁ ହାଜର ହେବା ପାଇଁ ନୋଟିସ୍ ହୋଇଥିବା ସୂଚନା ମିଳିଛି ।

ଓଟିଭିର କର୍ମଚାରୀ, ସୁରକ୍ଷାକର୍ମୀ ଓ ପୋଲିସ କର୍ମଚାରୀଙ୍କ ବିରୋଧରେ ଗଣଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ପୀଡ଼ିତାଙ୍କ ମାଆ । କମିଶନରେଟ ପୋଲିସ ମାମଲାର ତଦନ୍ତ କରୁଥିଲା । ଏବେ ଖୋଳତାଡ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଏଥିପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିବା ନେଇ ସୂଚନା ମିଳିଛି । ସେହିପରି ମହିଳା କମିଶନ ବି ମାମଲାର ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.