Latest Odisha News

BREAKING NEWS

ସାରୁଅରେ ଜମି ଦୁର୍ନୀତି ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ହାତକୁ ଯାଇଛି ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଜମି ଜବରଦଖଲ ଅଭିଯୋଗ ମାମଲା । କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରାକର । ଏନେଇ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛି ରାଜସ୍ୱ ବିଭାଗ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି ।

ଜିଲ୍ଲାପାଳ ଦେଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ସାଂଘାତିକ ତଥ୍ୟ । ଜମି କିଣାବିକାରେ ଅନିୟମିତତା ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ବର୍ଷବର୍ଷ ଧରି ବେନାମୀ ଟ୍ରାଞ୍ଜାକ୍ସନରେ ଜମି କିଣାବିକା ଚାଲିଥିଲା । ଜଣେ ଅନୁସୂଚିତ ଜାତିର ବ୍ୟକ୍ତିଙ୍କୁ ବ୍ୟବହାର କରି ଏଭଳି କାମ ହୋଇଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

ଓଟିଭି ସାରୁଅରେ ଅନୁସୂଚିତ ଜାତିର ଲୋକଙ୍କ ଜମିକୁ ଚଞ୍ଚକତା କରି ହଡପ କରିଥିବା ନେଇ ବାଘମାରୀ ଥାନାରେ ପୂର୍ବରୁ ଅଭିଯୋଗ ହୋଇଥିଲା । ଜିଲ୍ଲା ପ୍ରଶାସନ ବିବାଦୀୟ ଜାଗାରେ ମାପଚୁପ କରିବା ସହ ସରଜମିନ ତଦନ୍ତ କରିଥିଲା । ଜମି କିଣାବିକାରେ ଅନିୟମିତତା ହୋଇଥିବା ଜାଣିବା ପରେ ରାଜସ୍ୱ ବିଭାଗକୁ ରିପୋର୍ଟ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଏହାପରେ ରାଜସ୍ୱ ବିଭାଗ ଅଭିଯୋଗର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚଙ୍କୁ ଚିଠି ଲେଖିଛି ।

Leave A Reply

Your email address will not be published.