Latest Odisha News

BREAKING NEWS

ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା: କଡା ନିନ୍ଦା କଲେ କଂଗ୍ରେସ ନେତା

ଭୁବନେଶ୍ଵର: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କଲାଣି । ସବୁଆଡୁ ପୋଲିସକୁ ନିନ୍ଦା କରାଯାଉଥିଲା ବେଳେ ଓଡ଼ିଶାରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏଥିସହ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ଟ୍ଵିଟ କରି ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ଘଟଣାକୁ କଡା ନିନ୍ଦା କରିବା ସହ ଓଡ଼ିଶାରେ ଘଟିଥିବା ଏହି ଭୟଙ୍କର ଘଟଣା ଦେଶର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କହିଛନ୍ତି ରାହୁଲ। ପୋଲିସ ପାଖକୁ ସାହାଯ୍ୟ ମାଗିବାକୁ ଯାଇଥିବା ଜଣେ ସେନା ଅଧିକାରୀଙ୍କୁ ଯେମିତି ମାଡ଼ ମରାଯାଇଛି, ତାଙ୍କ ବାନ୍ଧବୀଙ୍କୁ ଯେମିତି ନିର୍ଯାତନା ଦିଆଯାଇଛି, ତାହା ଅତ୍ୟନ୍ତ ଲଜ୍ଜାଜନକ କଥା। ବିଜେପି ସରକାରଙ୍କ ଅଧୀନରେ ମହିଳାଙ୍କ ବିରୋଧରେ ଅପରାଧ ସମ୍ପୂର୍ଣ୍ଣ ଅନିୟନ୍ତ୍ରିତ ହୋଇପଡିଛି। ଯେତେବେଳେ ଅନ୍ୟାୟ ଆଶ୍ରୟ ପାଇଥାଏ, ତେବେ ସାଧାରଣ ନାଗରିକ କାହାଠାରୁ ସାହାଯ୍ୟ ଆଶା କରିବେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ଘଟଣାର ଦୋଷୀଙ୍କୁ କଡ଼ା ଦଣ୍ଡ ଦେବାକୁ ଦାବି କରିଛନ୍ତି ରାହୁଲ ଗାନ୍ଧୀ।

ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖ ରାତି ୧ଟାରେ ରେଷ୍ଟୁରାଣ୍ଟ ବନ୍ଦ କରି ମେଜର ଏବଂ ତାଙ୍କ ବାନ୍ଧବୀ ଫେରୁଥିବା ବେଳେ କିଛି ଯୁବକ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ । ଏନେଇ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । କିନ୍ତୁ ସେମାନେ ଏତଲା ନ ରଖି ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ମାଡ ମାରିବା ସହ ଦୁର୍ବ୍ୟବହାର କରିଥିଲେ ।

ସେପଟେ ଉକ୍ତ ଘଟଣାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ । ଏଥିସହ ୭ ଜଣ ରୋଡ ରୋମିଓଙ୍କୁ ଗିରଫ କରିଛି କମିସନରେଟ୍ ପୋଲିସ । ଡିଜିପି ଓ୍ବାଇ.ବି.ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଚନ୍ଦକା ଥାନା ପୋଲିସ ମୂଳ ଘଟଣାକୁ ନେଇ ମାମଲା ରୁଜୁ କରିଛି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Leave A Reply

Your email address will not be published.