Latest Odisha News

BREAKING NEWS

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ: ସ୍ତ୍ରୀ’ଙ୍କୁ ଦୁଷ୍କର୍ମ ଉଦ୍ୟମ କରି ସ୍ୱାମୀ ଓ ନାବାଳକ ପୁଅକୁ ପିଟିଲେ ୩ ଦୁର୍ବୃତ୍ତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପୋଇପଟ ଗ୍ରାମରେ କିଛି ଦୁବୃର୍ତ୍ତ ଶୁକ୍ରବାର ବିଳମ୍ବିତ ରାତିରେ ଜନୈକ ବ୍ୟକ୍ତିଙ୍କ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ସହ ତାଙ୍କ ସ୍ୱାମୀ ଓ ନାବାଳକ ପୁଅଙ୍କୁ ମାଡ ମାରିବା ଭଳି ଅଭାବନୀୟ ଘଟଣା ଘଟିଛି ।

ପରେ ଉକ୍ତ ପରିବାର ସଦସ୍ୟଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ସମ୍ପୃକ୍ତ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।

ଗଣମାଧ୍ୟମକୁ ସୂଚନା ଦେଇ ଶନିବାର ଦିନ ଆହତ ସ୍ୱାମୀ ଜଣକ କହିଛନ୍ତି, ବିଳମ୍ବିତ ରାତିରେ ପାଖାପାଖି ୩ ଜଣ ଦୁବୃର୍ତ୍ତ ତାଙ୍କ ଘରର କବାଟ ବାଡେଇବା ସହ ପାଣି ମାଗିଥିଲେ । ଯେତେବେଳେ ପତ୍ନୀ ଘରର କବାଟ ଖୋଲିଲେ, ସେତେବେଳେ ଅଚାନକ ଦୁବୃର୍ତ୍ତମାନେ ତାଙ୍କ ଉପରକୁ ଆକ୍ରମଣ କରିବା ସହ ମୋତେ ଓ ପିଲାମାନଙ୍କୁ ମଧ୍ୟ ଏକ ଲୁହା ରଡ୍ ଯୋଗେ ମାଡ ମାରିଥିଲେ । ପରେ ସେମାନେ ପତ୍ନୀଙ୍କୁ ଘର ବାହାରେ ଥିବା ଏକ ପଡିଆକୁ ଟାଣିନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ ।

Leave A Reply

Your email address will not be published.