Latest Odisha News

ଫୁଲନଖରା ସ୍ଥିତ ସମ୍ ହସ୍ପିଟାଲରେ ଗର୍ଭବତୀ ମହିଳାଙ୍କ ଗୁରୁତର ଅସ୍ତ୍ରୋପଚାର ସଫଳ

ଭୁବନେଶ୍ୱର: କଟକ-ଭୁବନେଶ୍ୱର ମଧ୍ୟରେ ୧୬ ନମ୍ବର ଜାତୀୟ ରାଜପଥରେ ଅବସ୍ଥିତ ଥିବା ଫୁଲନଖରାସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଓ ସମ୍ ହସ୍ପିଟାଲର ଦ୍ବିତୀୟ କ୍ୟାମ୍ପସରେ ଜଣେ ଗର୍ଭବତୀ ମହିଳାଙ୍କ ଗୁରୁତର ଅସ୍ତ୍ରୋପଚାର ସଫଳ ହୋଇଛି। ଡାକ୍ତର ସ୍ମୃତିଶ୍ରୀ ସାହୁଙ୍କ ନେତୃତ୍ୱରେ ସର୍ଜିକାଲ ଟିମ୍ ଦେଢ଼ କେଜିର ଟ୍ୟୁମର ବାହାର କରି ଶିଶୁର ସୁରକ୍ଷିତ ପ୍ରସବ ସୁନିଶ୍ଚିତ କରିଛନ୍ତି।

ଉଭୟ ମା’ ଓ ତାଙ୍କ ଶିଶୁପୁତ୍ର ସୁସ୍ଥ ଅଛନ୍ତି। ଡାକ୍ତରମାନେ ଶିଶୁପ୍ରସବ ପାଇଁ ସିଜେରିଆନ୍ ଅସ୍ତ୍ରୋପଚାର କରିଥିଲେ ଏବଂ ସଙ୍ଗେ ସଙ୍ଗେ ଗର୍ଭାଶୟ ଫାଇବ୍ରୋଏଡ୍ ବାହାର କରିବା ପାଇଁ ମାୟୋମେକ୍ଟୋମି କରିଥିଲେ।

ଏହି ସର୍ଜିକାଲ ଟିମ୍କୁ ଆଇଏମ୍ ଏସ୍ ଓ ସମ୍ ହସ୍ପିଟାଲର ନୂତନ କ୍ୟାମ୍ପସର ଡିନ୍ ପ୍ରଫେସର ଅରଖିତ ସ୍ୱାଇଁ ଓ ମେଡିକାଲ ଅଧୀକ୍ଷକ ପ୍ରଫେସର ରାଜେଶ କୁମାର ଲେଙ୍କା ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ଟିମ୍ ରେ ଫାର୍ମାକୋଲୋଜି ବିଭାଗର ଡାକ୍ତର ସିଦ୍ଧାର୍ଥ ଗୌତମ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସୌମ୍ୟ ରଂଜା ସାମଲ, ଆନେସ୍ଥେସିଆ ବିଭାଗର ଡାକ୍ତର ପ୍ରଜ୍ଞା ନନ୍ଦ ଓ ଡେପୁଟି ନର୍ସିଂ ଅଧୀକ୍ଷକ କମଳିନୀ ମଲ୍ଲିକ ପ୍ରମୁଖ ସାମିଲ ଥିଲେ।

ଗତ ଜାନୁଆରି ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିବା ଏହି ନୂତନ ହସ୍ପିଟାଲରେ ୨୦୦୦ ଶଯ୍ୟା ବିଶିଷ୍ଟ। ଏହି ହସ୍ପିଟାଲରେ ରୋଗୀଙ୍କୁ ସୁଲଭ ମୂଲ୍ୟରେ ସ୍ପେଶାଲିଟି ଏବଂ ସୁପର ସ୍ପେଶାଲିଟି ମେଡିକାଲ ଚିକିତ୍ସା ଯୋଗାଇ ଦିଆଯାଉଛି ।

ଏହି ହସ୍ପିଟାଲରେ ୨୪ ଘଣ୍ଟିଆ ଜରୁରୀକାଳୀନ ସେବା ଯୋଗାଇ ଦିଆଯିବା ସହ ଆଇସିୟୁ, ଆଇସିସିୟୁ, ପିଆଇସିୟୁ, ଏନଆଇସିୟୁ ସୁବିଧା ସହିତ କାର୍ଡିଓ ଥୋରାସିକ୍ ଓ ଭାସ୍କୁଲାର ସର୍ଜରୀ ପାଇଁ ପୃଥକ ଆଇସିୟୁ ଏବଂ ହେମାଟୋ ଅଙ୍କୋଲୋଜି ରୋଗୀ ରହିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଯୋଜନାରେ ମଧ୍ୟ ଏହା ରୋଗୀଙ୍କୁ ସେବା ଯୋଗାଇଥାଏ ।

Leave A Reply

Your email address will not be published.