Latest Odisha News

BREAKING NEWS

କଳାହାଣ୍ଡିରେ ପୁଣି ଦେଖାଗଲା କୁମ୍ଭୀର;ବନ ବିଭାଗ କଲା ଉଦ୍ଧାର

ଭବାନୀପାଟଣା:କଳାହାଣ୍ଡିରେ ପୁଣି କୁମ୍ଭୀର ଆତଙ୍କ । ସୋମବାର ଜୟପାଟଣା ବ୍ଲକ ଭାଲୁ ବୁଟୁରା ନାଳ(ଜୋର)ରେ ଏକ କୁମ୍ଭୀର ଦେଖିବାକୁ ମିଳିଛି । ଖବରପାଇ ଘଟଣା ସ୍ଥଳରେ ସ୍ଥାନୀୟ ବନ ବିଭାଗର ରେସକ୍ୟୁ ଟିମ ପହଞ୍ଚି ବନ ବିଭାଗ ଉଦ୍ଧାର କରିଛନ୍ତି ।

ଏହା ପୂର୍ବରୁ ଜୁନାଗଡ଼ ବ୍ଲକ ହାତୀ ନଦୀର ପିଲାସ ଗାଁ ଘାଟ ନିକଟରେ କୁମ୍ଭୀର ଦେଖିବାକୁ ମିଳିଥିଲା । ଏବେ ନଦୀ, ଜୋରରେ କୁମ୍ଭୀର ଦେଖାଯିବା ଘଟଣା ଚର୍ଚ୍ଚାର ଘଟଣା ସହ ଭୟର ବିଷୟ ମଧ୍ୟ ପାଲଟିଛି ।

ସୂଚନାଥାଉକି, ଭାଲୁବୁଟୁରା ନାଳଠୁ ହାତୀ ନଦୀ ଅଧିକ ଦୂରତା ରହିଛି । ତେବେ ହାତୀ ନଦୀରେ ଦେଖାଯାଇଥିବା କୁମ୍ଭୀର ଉଦ୍ଧାର କୁମ୍ଭୀର ନାଁ ଅନ୍ୟ ତାହାକୁ ନେଇଁ ଏବେ ଚର୍ଚ୍ଚା ଚାଲିଛି ।

Leave A Reply

Your email address will not be published.