Latest Odisha News

BREAKING NEWS

ଚନ୍ଦ୍ରଭାଗା କୂଳରେ କୁମ୍ଭୀର ଆତଙ୍କ

ଭୁବନେଶ୍ୱର: ସମୁଦ୍ର କୂଳରେ ଏକ ଇଷ୍ଟୁଆରିନ୍ କୁମ୍ଭୀର ଦେଖାଯିବା ପରେ ରବିବାର ଦିନ କୋଣାର୍କର ଚନ୍ଦ୍ରଭାଗା ଆତଙ୍କ ଖେଳିଯାଇଛି।

ଏନେଇ ସୂଚନା ପାଇବା ପରେ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଆସିଥିବା ଏକ ସ୍ୱତନ୍ତ୍ର ଟିମ୍ ସହିତ ବନ ବିଭାଗର ଅଧିକାରୀମାନେ ମିଶି ସମୁଦ୍ର କୂଳରେ ଛାନଭିନ କରିଥିଲେ।

ସୂତ୍ରରୁ ପ୍ରକାଶ ଯେ ବନ ଅଧିକାରୀ ଏବଂ ନନ୍ଦନକାନନରୁ ଆସିଥିବା ସ୍ୱତନ୍ତ୍ର ଟିମ୍ ଚନ୍ଦ୍ରଭାଗା ବେଳାଭୂମିର ଉଭୟ ସ୍ଥଳ ଓ ଜଳ ମଧ୍ଯରେ ଛାନଭିନ କରିଥିଲେ।

ସର୍ଚ୍ଚ ଅପରେସନ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ବନ ଅଧିକାରୀ ବିବେକ କୁମାର କହିଛନ୍ତି ଯେ କୁମ୍ଭୀରକୁ ଉଦ୍ଧାର କରିବା ପାଇଁ ଖୋଜାଖୋଜି ଚାଲିଛି। ଡଙ୍ଗା ସାହାଯ୍ୟରେ ରେସକ୍ୟୁ ଟିମ୍ ପାଣିରେ ମଧ୍ୟ ଇଷ୍ଟୁଆରିନ୍ କୁମ୍ଭୀରକୁ ଖୋଜୁଥିଲେ।

 

Comments are closed.