Latest Odisha News

BREAKING NEWS

ପର୍ଯ୍ୟଟକଙ୍କ ଲାଗି ଖୋଲିଲା ଭିତରକନିକା, କୁମ୍ଭୀର ସଂଖ୍ୟା ବୃଦ୍ଧି

କେନ୍ଦ୍ରାପଡା : ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲାଗଲା । ପକ୍ଷୀ ତଥା କୁମ୍ଭୀର ଗଣନା ପାଇଁ ଜାନୁଆରୀ ୬ରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଥିଲା।

ମିଳିଥିବା ସୂଚନାନୁଯାୟୀ ଚଳିତବର୍ଷ ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଗତ ବର୍ଷ ୧୬୯୮ଟି ବଉଳା କୁମ୍ଭୀର ଥିବାବେଳେ ଏବର୍ଷ ଏହା ୧୭୪୨କୁ ବୃଦ୍ଧି ପାଇଛି।

ଚଳିତ ବର୍ଷ କୁମ୍ଭୀର ଗଣନା ରିପୋର୍ଟ ଅନୁଯାୟୀ ୬୧୯ଟି ହେଞ୍ଚଲିିଂ ମଧ୍ୟରୁ ୩୪୭ ୟାରଲିଂ , ୨୭୩ ଜୁଭେନାଇଲ, ୧୭୮ ସମବୟସ୍କ ଓ ୩୨୫ଟି ବୟସ୍କ କୁମ୍ଭୀରକୁ ଏହି ଗଣନା ବେଳେ ଠାବ କରାଯାଇଛି ।

ଏହି ସରିସୃପ ମଧ୍ୟରେ ୧୨ଟି ଧଳା ଆଲବିନୋ କୁମ୍ଭୀର, ୨୦ ଫୁଟ୍ ଲମ୍ଭ ୪ଟି ପ୍ରକାଣ୍ଡକାୟ କୁମ୍ଭୀର, ୪୩ଟି ବିଶାଳକାୟ କୁମ୍ଭୀର (୧୪-୧୯ ଫୁଟ୍) କୁମ୍ଭୀର ଗୁଡିକ ମାନଗ୍ରୋଭ ହେନ୍ତାଳ ବଣ ଠାବ କରାଯାଇଥିବା ନେଇ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି ।

ତେବେ ମିଳିଥିବା ସୂଚନାନୁଯାୟୀ ଏଠାରେ ଥିବା ୨୧ଫୁଟ୍ ଲମ୍ବର ଏହି କୁମ୍ଭୀର ବିଶ୍ୱର ପ୍ରକାଣ୍ଡକାୟ କୁମ୍ଭୀର ଭାବେ ଗୁନିଜ୍ ବୁକ୍ ଅଫ୍ ରେକର୍ଡସ ରେ ସ୍ଥାନ ପାଇପାରିଛି ।

Leave A Reply

Your email address will not be published.