Latest Odisha News

BREAKING NEWS

ନିଜ ଜୀବନକୁ ବାଜିରେ ଲଗାଇ ଗର୍ଭବତୀ ମହିଳାଙ୍କୁ ନଦୀ ପାର କରାଇଲେ ଯବାନ

ମାଲକାନଗିରି: ବଢ଼ି ପାଣିରେ ନିଜ ଜୀବନକୁ ବାଜିରେ ଲଗାଇ ମହିଳାଙ୍କ ପାଇଁ ଦେବଦୂତ ସାଜିଲେ ସିଆରପିଏଫ୍ ଯବାନ। ଉଛୁଳା ନଦୀରେ ଗର୍ଭବତୀ ମହିଳାଙ୍କ ସାହାରା ହୋଇ କଲେ ନଦୀ ପାର। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜେପୁରରେ।

ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଏବେ ଲଗାଣ ବର୍ଷା ଜାରି ରହିଛି। ସେପଟେ ପଡୋଶୀ ରାଜ୍ୟ ଛତିଶଗଡ଼ରେ ବି ଗତ କିଛି ଦିନ ଧରି ବର୍ଷା ଲାଗି ରହିଛି। ଗତକାଲି ବିଜାପୁର ନାମୀ ଗାଁର ଜଣେ ଗର୍ଭବତୀ ମହିଳାଙ୍କର ପ୍ରସୂତି ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ସେପଟେ କିନ୍ତୁ ବର୍ଷା ଥମିବାର ନାଁ ନେଉନଥିଲା। ଗାଁ ଠାରୁ ବହୁ ଦୂରରେ ଡାକ୍ତରଖାନା ଥିବାରୁ ସେଠାକୁ ଯିବାକୁ ମହିଳାଙ୍କ ପାଇଁ କାଠିକର ପାଠ ହୋଇପଡ଼ିଥିଲା। ସେପଟେ ଗାଁ ରୁ ଡାକ୍ତରଖାନା ଯିବାକୁ ନଦୀ ପର ହୋଇ ଯିବାକୁ ପଡ଼ିବ । ଡାକ୍ତରଖାନାକୁ ଯିବାକୁ ନଦୀ ବାଟ ହେଉଛି ଗୋଟାଏ ମାତ୍ର ରାସ୍ତା। କଣ କରିବେ ଭାବି ଚିନ୍ତିତ ହୋଇପଡ଼ିଥିଲେ ପୁରା ପରିବାର ଲୋକ।

ସେହିସମୟରେ ଖବରପାଇ ଦେବାଦୂତ ସାଜି ଘରେ ପହଞ୍ଚିଥିଲେ ସିଆରପିଏଫ୍ ଯବାନ। ଏକ ଡଙ୍ଗା ସାହାର୍ଯ୍ୟରେ ମହିଳାଙ୍କୁ ସୁରକ୍ଷିତ ଭାବରେ ନଦୀ ପାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ମହିଳାଙ୍କର ପ୍ରସବ ହୋଇଥିଲା। ଏବେ ମା ଏବଂ ନବଜାତ ଶିଶୁ ଦୁହେଁ ସୁସ୍ଥ ଥିବା ଜଣାଯାଇଛି।

Comments are closed.