Latest Odisha News

ରାଜଧାନୀର ଏକ କଲେଜ ପରିସରରେ ବୋମାମାଡ଼

ଭୁବନେଶ୍ୱର: ଭୁବନେଶ୍ୱରରେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଏକ ଇଞ୍ଜିନିୟରିଂ କଲେଜ ପରିସରରେ ଶନିବାର ରାତିରେ କିଛି ଦୁବୁର୍ତ୍ତ ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି।

ଦୁବୁର୍ତ୍ତ ମାନେ ବିଳମ୍ବିତ ରାତିରେ କଲେଜକୁ ଟାର୍ଗେଟ କରି ବୋମା ଫିଙ୍ଗିଥିଲେ। ଏହି ଘଟଣାରେ ଅନେକ ଛାତ୍ର ଆହତ ହୋଇଥିବା ଜଣାପଡିଛି।

ଯଦିଓ ଏହି ବୋମା ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡି ନାହିଁ, ତେବେ ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି ପୁରୁଣା ଶତ୍ରୁତାକୁ ନେଇ ଏଭଳି ହୋଇଥିବା କୁହାଯାଉଛି।

ଏକ ଛାତ୍ର ଗୋଷ୍ଠୀ ହଷ୍ଟେଲରୁ ବସ୍ ଯୋଗେ ଯାଉଥିବା ବେଳେ ଏହି ବୋମାମାଡ ହୋଇଥିଲା। ହଷ୍ଟେଲ ସୁପରିଟେଣ୍ଡେଣ୍ଟ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି।

Comments are closed.