Latest Odisha News

BREAKING NEWS

ଉତ୍କଳ ଦିବସରୁ ୬ ନୂଆ ରୁଟରେ ଗଡିବ ‘ମୋ ବସ୍’

ଭୁବନେଶ୍ୱର:ଉତ୍କଳ ଦିବସ ପାଳନ ଅବସରରେ ଲୋକଙ୍କ ସୁବିଧା ପାଇଁ  କ୍ୟାପିଟାଲ ରିଜିଅନ ଅରବାନ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ୬ଟି ନୂଆ ରୁଟରେ ମୋ ବସ ଗଡିବ ବୋଲି  ଘୋଷଣା କରାଯାଇଛି । ଷ୍ଟିଲ ସିଟି ରାଉରକେଲା ଏବଂ ତାର ଆଖପାଖ ସୁନ୍ଦରଗଡ ଅର୍ବାନ ଟ୍ରାନ୍ସପୋର୍ଟ ଅଞ୍ଚଳର ୬ଟି ନୂଆ ରୁଟରେ ମୋ ବସ ଗଡିବ  । ଏହି ରୁଟର ତାଲିକା ଏବଂ ସମୟ ସୀମା ସମ୍ପର୍କରେ ଶନିବାର ସୂଚନା ଦିଆଯାଇଛି ।

କ୍ରୁଟ ପକ୍ଷରୁ ଲୋକଙ୍କୁ ସହଜ, ସୁବିଧା ଏବଂ କମ ପଇସାରେ ଯାତାୟାତ ସୁବିଧା ଯୋଗାଇ ଆସୁଛି । ତେଣୁ ଲୋକଙ୍କ ଦାବି ମଧ୍ୟ ବଢୁଛି  । ଏହାକୁ ଦୃଷ୍ଟିରେ ରଖି ରାଉରକେଲାର ୬ଟି ସ୍ଥାନରେ ମୋ ବସ ଚଳାଚଳ କରିବା ପାଇଁ ଘୋଷଣା କରାଯାଇଛି ।  ଏହି ସବ ରୁଟ ଗୁଡିକ ହେଲା

ରୁଟ ୧୧୦-ରାଉରକେଲା ନିଉ ବସ ଷ୍ଟାଣ୍ଡ-କଲୁଙ୍ଗା (ଭାୟା ରଘୁନାଥ ପାଲି)

ରୁଟ ୧୧୩- ରାଉରକେଲା ନିଉ ବସ ଷ୍ଟାଣ୍ଡ-ଉସ୍ରା(ଭାୟା-ଏନଏଚ)

ରୁଟ୍ ୧୧୪- ରାଉରକେଲା ନିଉ ବସ ଷ୍ଟାଣ୍ଡ-ନୂଆଗାଁ (ଭାୟା-ହାତିବାରି)

ରୁଟ ୧୧୫- ରାଉରକେଲା ନିଉ ବସ ଷ୍ଟାଣ୍ଡ-ପୋଟାବ (ଭାୟା ହାତିବାରି)

ରୁଟ ୧୧୬-ରାଉରକେଲା ନିଉ ବସ ଷ୍ଟାଣ୍ଡ-ଲୋରମ (ଭାୟା ଏନଆଇଟି, ଜଗଦା ଚୌକ, ଖୁଟାଗାଁ, ସୋରଡା)

ରୁଟ ୧୧୭- ରାଉରକେଲା ନିଉ ବସ ଷ୍ଟାଣ୍ଡ-ଜରଇକେଲା (ଭାୟା-ବଣ୍ଡାମୁଣ୍ଡା, ବିସ୍ରା)

ମୋ ବସ ଚଳାଚଳ ନେଇ CRUTର ଏମଡି ବିଜୟ ଅମୃତ କୁଲଙ୍ଗେ କହିଛନ୍ତି, ଆମେ ସବୁବେଳେ ଲୋକଙ୍କଠାରୁ ପାଉଥିବା ଦାବି, ଅଭିଯୋଗକୁ ଗରୁତ୍ୱ ଦେଇ ଆସୁଛୁ । ସୁନ୍ଦରଗଡବାସୀଙ୍କଠାରୁ ଅନେକ ଅନୁରୋଧପତ୍ର ପାଇବା ପରେ ଏହିସବୁ ନୂଆ ରୁଟରେ ବସ ଚଳାଳଚ ନେଇ ନିଷ୍ପତ୍ତି ନେଇଛୁ । ଉତ୍କଳ ଦିବସ ଅବସରରେ ଏହି ନୂଆ ରୁଟରେ ବସ ଚଳାଚଳ କରିବ ।

 

Leave A Reply

Your email address will not be published.