Latest Odisha News

BREAKING NEWS

ବାରବାଟୀ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସସେବା

ଭୁବନେଶ୍ୱର: ଆସନ୍ତା ୨୨ ତାରିଖ ଦିନ କ୍ରୁଟ ପକ୍ଷରୁ କ୍ରିକେଟ୍  ପ୍ରେମୀମାନଙ୍କ ସୁବିଧା ପାଇଁ ସ୍ବତନ୍ତ୍ର ବସ ସେବା ପ୍ରଦାନ କରାଯିବ।

ମୋ ବସସେବା ମାଷ୍ଟର କ୍ୟାଣ୍ଟିନ ଠାରୁ କଟକ ବାରବାଟୀ ଷ୍ଟାଡିୟମ ଯାଏଁ ଏବଂ  ବରମୁଣ୍ଡାଠାରୁ ମଧ୍ୟ ଷ୍ଟାଡିୟମ ଯାଏଁ ଉପଲବ୍ଧ ହେବ ।

ମାଷ୍ଟରକ୍ୟାଣ୍ଟିନ ସିଟି ଭାୟା ଜାତୀୟ ରାଜପଥ ଓ ବରମୁଣ୍ଡା ବସ ଭାୟା ନନ୍ଦନକାନନ ହୋଇ କଟକ ବାରବାଟୀ ଷ୍ଟାଡିୟମର ପାର୍କିଂ ପାଖରେ ଯାଇପହଞ୍ଚିବ ।

ଏହି ସ୍ୱତନ୍ତ୍ର ବସସେବା ସକାଳ ୦୮.୩୦ରୁ ୧୧.୦୦ଟା ଏବଂ ପୁଣିଥରେ ଫେରନ୍ତା ଯାତ୍ରୀଙ୍କ ପାଇଁ ରାତ୍ରି ୧୦.୦୦ଟାରୁ ମଧ୍ୟ ରାତ୍ରିଯାଏଁ ଉପଲବ୍ଧ ହେବ । ଏହି ସ୍ୱତନ୍ତ୍ର ବସସେବା ପାଇଁ ଏକ ସ୍ୱତନ୍ତ୍ର ବସଭଡା ମାତ୍ର ୩୦ ଟଙ୍କା ନିର୍ଦ୍ଧାରିତ ହୋଇଛି ।

କ୍ରୁଟ୍ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ଜଣାଇଛନ୍ତିଯେ, ଯାତ୍ରୀମାନେ ନିଜସ୍ୱ ଯାନବାହାନକୁ ବ୍ୟବହାର ନକରି
ସୁବିଧାଜନକ ଭାବେ ସ୍ୱଳ୍ପ ଖର୍ଚ୍ଚରେ କ୍ରିକେଟ୍ ମ୍ୟାଚ ଦେଖିବା ପାଇଁ  ପହଞ୍ଚିପାରିବେ। ମୋବସ ସେବାର ବ୍ୟବହାର ଦ୍ୱାରା
ଯାତ୍ରୀମାନଙ୍କୁ ଟ୍ରାଫିକ ଜାମ୍ କଷ୍ଟରୁ ମଧ୍ୟ ମୁକ୍ତି ମିଳିବ । ଆମେ ଆଶା କରୁଛୁ ଅଧିକାରୁ ଅଧିକାଲୋକ ଏହାଦ୍ୱାରା ଲାଭାନ୍ୱିତ ହେବେ ।

ନିମ୍ନରେ ରୁଟ୍ସ ସମ୍ବନ୍ଧରେ ସୁଚନା…

ବରମୁଣ୍ଡାରୁ  ବାରବାଟୀ ଷ୍ଟାଡିୟମ ଗଲାବେଳେ ଏହି ବସ ଜୟଦେବବିହାର, ନନ୍ଦନକାନନ ଏବଂ ଜୁଡିସିଆଲ ଏକାଡେମୀ
କେବଳ ଏହି ୩ଟି ଜାଗାରେ ରହିବ

ଫେରିବାସମୟରେ ମଧ୍ୟ କେବଳ ନିର୍ଦ୍ଧାରିତ ସ୍ଥାନରେ ବସ ରୋକାଯିବ ।

ସେହିପରି ମାଷ୍ଟରକ୍ୟାଣ୍ଟିନରୁ ବାରବାଟୀ ଷ୍ଟାଡିୟମ ଯାଉଥିବା ବସ ବାଣୀ ବିହାରଛକ, ନଖରାଛକ, ଲିଙ୍କରୋଡରେ ରହିବ ।

ଫେରିବାସମୟରେ ମଧ୍ୟ ଏହି ୩ଟି ନିର୍ଦ୍ଧାରିତ ସ୍ଥାନରେ ବସ ରୋକାଯିବ ।

Leave A Reply

Your email address will not be published.