ଶାସନ ସଚିବଙ୍କ ନିର୍ଦ୍ଦେଶ: ଫୋନ ଏବଂ ସୋସିଆଲ ମିଡିଆରେ ଆସୁଥିବା ସମସ୍ୟା ପ୍ରତି ଧ୍ୟାନ ଦିଅ, ବିଦ୍ୟତକାଟ ସମସ୍ୟାର ସମାଧାନ କର
ଭୁବନେଶ୍ୱର: ବିଜୁଳିକାଟ ସମସ୍ୟାର ତୁରନ୍ତ ସମାଧାନ କର । ଖରା ଏବଂ ଗୁଳୁଗୁଳି ଅସହ୍ୟ ହେଉଥିବାବେଳେ ବିଜୁଳି ସମସ୍ୟାର ତୁରନ୍ତ ସମାଧାନ ଆବଶ୍ୟକ । ତେଣୁ ଫୋନ ଏବଂ ସୋସିଆଲ ମିଡିଆରେ ଆସୁ୍ଥିବା ଅଭିଯୋଗର ତୁରନ୍ତ ସମାଧାନ କରିବାକୁ ସୋମବାର କଡା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।
ଆଜି ବିଜୁଳି କାଟ ସମସ୍ୟା ନେଇ ଲୋକସେବା ଭବନରେ ମୁ୍ଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବିଜୁଳି କାଟ ସମସ୍ୟା ଦୂର ସହ ତୁରନ୍ତ ପଦକ୍ଷେପ ନେବା ପାଇଁ ଶକ୍ତି ବିଭାଗ ଓ ବିଦ୍ୟୁତ ବିତରଣ କମ୍ପାନୀଙ୍କୁ ନିର୍ଦ୍ଦେଶକ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ବିଜୁଳି ବିତରଣ ବିଭାଗ ଏବଂ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ବସିଥିବା ଆଜିର ବୈଠକରେ ଶାସନ ସଚିବ ଜେନା କହିଛନ୍ତି, ସାରା ରାଜ୍ୟରେ ବିଜୁଳି କାଟ ଏକ ପ୍ରମୁଖ ସମସ୍ୟା ହୋଇଛି । ତାପମାତ୍ର ଓ ଆଦ୍ରତା ଯଥେଷ୍ଟ ବୃଦ୍ଧି ପାଇଥିବାବେଳେ ଏପରି ବିଜୁଳିକାଟରେ ଲୋକମାନେ ଉତକ୍ଷିପ୍ତ ହୋଇ ଯାଉଛନ୍ତି । ଏପରି ସ୍ଥିତିରେ ବିଜୁଳିକାଟ ହେଲେ ତୁରନ୍ତ ଏହାର ସମାଧାନ କରିବାକୁ ବୈଠକରେ ନିର୍ଦ୍ଦେଶ ଦେଇଥିଲେ ।
ବିଜୁଳିକାଟ ସମସ୍ୟାର ସମାଧାନ ପାଇଁ ବିତରଣ ବିଭାଗ ଏବଂ ଶକ୍ତି ବିଭାଗ ମଧ୍ୟରେ ସହଯୋଗ ରଖା କରିବାକୁ ଶାସନ ସଚିବ ବୈଠକରେ ନିର୍ଦ୍ଦେଶ ଦେଇଥିଲେ । ଏ ନେଇ ଫୋନରେ କିମ୍ବା ସୋସିଆଲ ଉପଭୋକ୍ତାଙ୍କ ଅଭିଯୋଗ ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ଜେନା କହିଥିଲେ ।
Comments are closed.