ପୁରୀ: ଆସନ୍ତା ୩ ମାସ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରୋଶ ଚନ୍ଦ୍ର ମହାପାତ୍ର । ସେ ଆଜି ପୁରୀ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରୀୟ ପରିଦର୍ଶନ କରିବା ସହ ସମୀକ୍ଷା କରି ଏହା କହିଛନ୍ତି । ପ୍ରଥମେ ସେ ସ୍ୱର୍ଗଦ୍ୱାର ଯାଇ ଏହାର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ବ୍ୟାବହାରିକ ଦିଗ ସଂପର୍କରେ ସମୀକ୍ଷା କରିଥିଲେ । ଦୈନିକ ସ୍ୱର୍ଗଦ୍ୱାରରେ ପ୍ରାୟ ୭୦ ରୁ ୮୦ଟି ଶବଦାହ କରାଯାଉଛି । ସେଥିଲାଗି ୨୮ଟି ସ୍ଥାନର ସୁବିଧା କରାଯାଇଛି । ଟୋକନ କାଟିବା, ପଥ ଶ୍ରାଦ୍ଧ, କାଠ ଯୋଗାଣ ଆଦି ସେବା ନିର୍ଦ୍ଦିଷ୍ଟ ଦେୟ ମାଧ୍ୟମରେ ସ୍ୱଚ୍ଛତା ଅବଲମ୍ବନ କରାଯାଇ ପ୍ରଦାନ କରାଯାଉଛିି । ସେଠାରେ ପ୍ରତୀକ୍ଷାଳୟ, ରେସ୍ତରାଁ, ପାନୀୟ ଜଳ ଏବଂ ଶୌଚାଳୟ ନିର୍ମାଣ କରାଯାଇଥିବା ସେ କହିଛନ୍ତି ।
ପରେ ମୁଖ୍ୟ ଶାସନ ସଚିବ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ବୁଲି ଦେଖିଥିଲେ ।ଏଥିସହ ପ୍ରକଳ୍ପର ଅଗ୍ରଗତି ସଂପର୍କରେ କ୍ଷେତ୍ରୀୟ ସମୀକ୍ଷା କରିଥିଲେ । ଆସନ୍ତା ତିନି ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକଳ୍ପ ଶେଷ ପରେ ଏହା ଜନସାଧାରଣମାନଙ୍କ ନିମନ୍ତେ ଉତ୍ସର୍ଗ କରାଯିବ । ସୌନ୍ଦର୍ଯ୍ୟକରଣ ନିମନ୍ତେ ଚାରିପାଖେ ଗଛ ଲଗାଯିବ । ଭକ୍ତ ମାନଙ୍କ ନିମନ୍ତେ ଶୌଚାଳୟ, ପାନୀୟ ଜଳ, ଧ୍ୟାନ କରିବା ଏବଂ ଉପବେସନ ନିମନ୍ତେ ସମସ୍ତ ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଥିଲେ । ଏଥିସହ ରିଂରୋଡ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ । ଶ୍ରୀସେତୁ ପ୍ରକଳ୍ପର ବହୁସ୍ତରୀୟ ପାର୍କିଂ କାର୍ଯ୍ୟ ଶେଷ ହେବା ପରେ ସେଠାରୁ ବ୍ୟାଟେରୀ ଚାଳିତ ଗାଡି ମାଧ୍ୟମରେ ଭକ୍ତ ମାନେ ମନ୍ଦିରକୁ ଯିବା ଆସିବାରେ ସୁବିଧା ହେବ ବୋଲି ସେ କହିଥିଲେ । ସର୍ବସାଧାରଣ ଗମନାଗମନ ବ୍ୟାହତ ନହେବା ନିମନ୍ତେ ଷ୍ଟୋନ କ୍ଲାଡିଂ ମାଧ୍ୟମରେ ଟ୍ରାଫିକ ବ୍ୟାରୟର କରାଯିବା ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ । ଶେଷରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସଂପୃକ୍ତ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ଗସ୍ତ କାର୍ଯ୍ୟକ୍ରମ ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ଓଡିଶା ସେତୁ ନିର୍ମାଣ ନିଗମ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ କୁମାର ପାଣିଗ୍ରାହୀ, ନିର୍ବାହୀ ଯନ୍ତ୍ରୀ ଦେବୀ ପ୍ରସାଦ ଘୋଷ, ସହାୟକ ଯନ୍ତ୍ରୀ ଦୁଲ୍ଲଭ ସାମଲ, ଯନ୍ତ୍ରୀ ଅଭିଷେକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
BREAKING NEWS
- ବଡ଼ଧରଣର ଡ଼କାୟତି ଘଟଣାରେ ପର୍ଦ୍ଦାଫାସ; ୭ ଡକାୟତ ଗିରଫ, ନଗଦ ଟଙ୍କା ସହ ସୁନା ଅଳଙ୍କାର ଜବତ
- ହୋଲିରେ ମିଳିବ ନି ମଦ, ଅମାନିଆଙ୍କୁ ସାବାଡ କରିବାକୁ ପ୍ରସ୍ତୁତ କମିଶନରେଟ ପୋଲିସ
- ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବି ଖେଳିବ ୫ ମ୍ୟାଚ
- Cough Syrup Seized: ଶତାଧିକ ବୋତଲ କଫ୍ ସିରପ୍ ଓ ନିଶା ଟାବଲେଟ୍ ଜବତ, ୩ ଗିରଫ
- Earthquake: ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୨
- ଇସ୍ରାଏଲର ବଡ ଦାବି, ଆକ୍ରମଣରେ ଇରାନ ନୂଆ ରକ୍ଷାମନ୍ତ୍ରୀଙ୍କର ମୃତ୍ୟୁ, ଦିନକ ପୂର୍ବରୁ…
- KP Unnikrishnan Passed Away: ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନ
- Turtles Seized: ବିକ୍ରି ପୂର୍ବରୁ ୨୦୦ ଜୀବନ୍ତ କଇଁଛ ଜବତ, ମାଫିଆ ଫେରାର
- Rajyasabha Election: ରାଜ୍ୟସଭା ନିର୍ବାଚନ ନେଇ ଆସିଲା ବଡ ଖବର, ଦିଲ୍ଲୀପ ରାୟ ହେବେ ସ୍ବାଧୀନ ପ୍ରାର୍ଥୀ..
- ଟି୨୦ ବିଶ୍ୱକପ: ଭାରତରେ ଫସି ରହିଛନ୍ତି ଜିମ୍ବାୱେ, ୱେଷ୍ଟଇଣ୍ଡିଜ ଟିମ
Comments are closed.