Latest Odisha News

ଆଇପିଏଲ: ଧୋନୀ, ରୋହିତ ଅଧିନାୟକରୁ ହଟିବା ପରେ ପ୍ରବଳ କ୍ଷତି ସହୁଛନ୍ତି ଚେନ୍ନାଇ, ମୁମ୍ବାଇ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ଏବେ ପ୍ରବଳ କ୍ଷତି ସହୁଛନ୍ତି । ମହେନ୍ଦ୍ର ସିଂ ଧୋନୀ ଓ ରୋହିତ ଶର୍ମା ଅଧିନାୟକ ପଦରୁ ହଟିବା ପରେ ଏହି ସମସ୍ୟା ଦେଖା ଦେଇଛି । ସୂଚନାଯୋଗ୍ୟ, ଉଭୟଙ୍କ ନେତୃତ୍ୱ ସମୟରେ ସେମାନଙ୍କ ଦଳ ୫ ଥର ଲେଖାଏଁ ଆଇପିଏଲ ଟାଇଟଲ ହାସଲ କରିଛି । ରିତୁରାଜ ଗାଏକ୍ୱାଡ ଓ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ହେବା ପରଠାରୁ ଦଳର ପ୍ରଦର୍ଶନ ସନ୍ତୋଷଜନକ ରହି ନାହିଁ । ଚେନ୍ନାଇ ୬୮ ପ୍ରତିଶତ ମ୍ୟାଚ ହାରିଥିବା ବେଳେ ମୁମ୍ବାଇ ୨୬ ପ୍ରତିଶତ ମ୍ୟାଚରେ ବିଜୟ ହାସଲ କରିଛି । ରିତୁରାଜଙ୍କ ନେତୃତ୍ୱରେ ଚେନ୍ନାଇ ୧୯ଟି ମ୍ୟାଚ ଖେଳି ୮ରେ ବିଜୟ ହାସଲ କରିଛି । ୧୧ରେ ପରାଜୟର ସମ୍ମୁଖୀନ ହୋଇଛି ।

ସେହିପରି ହାର୍ଦ୍ଦିକଙ୍କ ନେତୃତ୍ୱରେ ମୁମ୍ବାଇ ୨୨ ମ୍ୟାଚ ଖେଳି ୭ଟି ଜିତିଥିବା ବେଳେ ୧୫ରେ ପରାଜିତ ହୋଇଛି । ଏହା ଯୋଗୁ ଉଭୟ ଟିମ ଆର୍ଥୀକ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଆଇପିଏଲର ଚଳିତ ସଂସ୍କରଣରେ ପ୍ରତ୍ୟେକ ମ୍ୟାଚରେ ବିଜୟ ହାସଲ କରିଥିବା ଟିମକୁ ୨୦ କୋଟି ଟଙ୍କା ପୁରସ୍କାର ରାଶି ମିଳୁଛି । ଏହି ସବୁ ଉଭୟ ଟିମ ହାତଛଡା କରୁଛନ୍ତି । ଚେନ୍ନାଇ ଓ ମୁମ୍ବାଇ ଟିମ ଚଳିତ ସଂସ୍କରଣରେ ଏପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଦଳ ପ୍ଲେ ଅଫ ପ୍ରବେଶ ପାଇଁ ସଂଘର୍ଷ କରିବା ଆରମ୍ଭ କରିଛି ।

Comments are closed.