ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ଏବେ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ପ୍ଲେ ଅଫ ପ୍ରବେଶ ପାଇଁ ଏବେ କେତୋଟି ଟିମ ମଧ୍ୟରେ ସଂଘର୍ଷ ଜାରୀ ରହିଛି । ଇତି ମଧ୍ୟରେ ଚେନ୍ନାଇ ସୁପର କିଙ୍ଗସ ଓ ଆରସିବି ବଦଳ ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି । ଚେନ୍ନାଇ ଖଲୀଲ ଅହମ୍ମଦଙ୍କ ସ୍ଥାନରେ କୂଲଦୀପ ଯାଦବଙ୍କୁ ସାମିଲ କରିଛି । ସେ ୩୦ ଲକ୍ଷ ଟଙ୍କାରେ ଚୁକ୍ତିବଦ୍ଧ ହୋଇଛନ୍ତି । ଆରସିବି ମଧ୍ୟ ଏକ ୩୮ ବର୍ଷୀୟ ବୋଲରଙ୍କୁ ଦଳରେ ସାମିଲ କରିଛି ।
ଶ୍ରୀଲଙ୍କାର ପେସ ବୋଲର ନୁୱାନ ଥୁଷାରା ଫିଟନେସ ଟେଷ୍ଟ ପାସ କରିବାରେ ବିଫଳ ହୋଇଛନ୍ତି । ଏବେ ଆରସିବି ତାଙ୍କ ସ୍ଥାନରେ ଇଂଲଣ୍ଡର ପେସ ବୋଲର ରିଚାର୍ଡ ଗ୍ଲରସନଙ୍କୁ ସାମିଲ କରିଛି । ୧.୬ କୋଟି ଟଙ୍କାରେ ରିଚାର୍ଡଙ୍କୁ ଟିମରେ ଏଂଟ୍ରି ମିଳିଛି । ସେ ଏହା ପୂର୍ବରୁ ଚେନ୍ନାଇ ଓ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ମ୍ୟାଚ ଖେଳି ସାରିଛନ୍ତି । ଆରସିବି ୧୬ ପଂଏଟ ହାସଲ କରି ଏବେ ପ୍ଲେ ଅଫ ପ୍ରବେଶ ଏକପ୍ରକାର ନିଶ୍ଚିତ କରିଛି । ଅପରପକ୍ଷରେ ଚେନ୍ନାଇ ୩ଟି ମ୍ୟାଚ ଜିତି ଏହି ଦୌଡରେ ସାମିଲ ହେବା ପାଇଁ ଉଦ୍ୟମ କରିବ ।