Latest Odisha News

ଜେଲ୍ ଗଲେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଜି. ପ୍ରଭାକର ପାତ୍ର

ବଲାଙ୍ଗୀର: ଜେଲ୍ ଗଲେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଜି. ପ୍ରଭାକର ପାତ୍ର । ଭିଜିଲାନ୍ସ କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ଜେଲ୍ ଗଲେ ଜି. ପ୍ରଭାକର ପାତ୍ର । ଗତକାଲି ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ ।

ସୂଚନା ଅନୁସାରେ, ଜଣେ ରାଇସ ମିଲର୍ସଙ୍କ ଠାରୁ ତାଙ୍କ ପୁରୁଣା ବିଲ ପାସ କରି ଦେବାକୁ ସମ୍ପୃକ୍ତ ଅଧିକାରୀ ଲକ୍ଷାଧିକ ଟଙ୍କା ଲାଞ୍ଚ ମାଗି ଥିଲେ । ଏନେଇ ଅଭିଯୋଗକାରୀ କିଛି ଦିନ ପୂର୍ବରୁ ଏକ ଲକ୍ଷ ତିରିଶ ହଜାର ଟଙ୍କା ତାଙ୍କୁ ଦେଇଥିଲେ । କିନ୍ତୁ ଅଧିକାରୀ ଜଣକ ତାଙ୍କ ବିଲ ନ କରି ଆହୁରି ଟଙ୍କା ଦାବି କରିଥିଲେ । ଯାହାକୁ ନେଇ ସମ୍ପୃକ୍ତ ଅଭିଯୋଗକାରୀ ଭିଜିଲାନ୍ସ ପାଖରେ ଲିଖିତ ଅଭିଯୋଗ କରିଥିଲେ । ସିଏସଓ କାର୍ଯ୍ୟାଳୟରେ ତାଙ୍କଠୁ ସିସିଏସଓ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିଥିଲା ।

ଏହାପରେ ଶ୍ରୀ ପାତ୍ରଙ୍କ ବଲାଙ୍ଗିର କାର୍ଯ୍ୟାଳୟ ପ୍ରକୋଷ୍ଠ, ସାଲେପାଲି ସିଲିକନ୍‌ ଭେଲିସ୍ଥିତ ତାଙ୍କ ଭଡ଼ା ଘର, ଭୁବନେଶ୍ବର ସୂର୍ଯ୍ୟନଗରସ୍ଥିତ ଘର, ଗଞ୍ଜାମ ବୁଗୁଡ଼ାର ବାଲିପଦରସ୍ଥିତ ପୈତୃକ ଘରେ ଭିଜିଲାନ୍ସ ଦଳ ଏକକାଳୀନ ଯାଞ୍ଚ କରାଯାଇଥିଲା। ବଲାଙ୍ଗିର ଘରୁ ନଗଦ ୪ ଲକ୍ଷ ୪୫ ହଜାର ଟଙ୍କା ଜବତ ହୋଇଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଥିଲା। ଏହାପରେ ତାଙ୍କୁ ଗିରଫ କରି ଭିଜିଲାନ୍ସ କୋର୍ଟରେ ହାଜର କରାଇଥିଲା ଭିଜିଲାନ୍ସ । ସେଠାରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ଶେଷରେ ସେ ଜେଲ୍ ଯାଇଛନ୍ତି ।

 

 

 

Comments are closed.