ବାଲେଶ୍ବର: ବସ୍ତି ଉଚ୍ଛେଦ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଲାଗିବ ସାରା ରାତି କର୍ଫ୍ୟୁ । ଅରଡ଼ ବଜାର ଠାରୁ ପରିବା ମାର୍କେଟ ଅଞ୍ଚଳ ପର୍ଯ୍ୟନ୍ତ ଲାଗିବ କର୍ଫ୍ୟୁ । ଆଜି ଭୋର ୪ଟାରୁ ଆସନ୍ତା ୧୨ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରହିବ କର୍ଫ୍ୟୁ ।
ସୂଚନା ଅନୁସାରେ, ରେଳ ଲାଇନ୍ ସଂପ୍ରସାରଣ ପାଇଁ ବସ୍ତି ଉଚ୍ଛେଦ କରାଯିବ । ତେବେ ଉଚ୍ଛେଦ ପୂର୍ବରୁ ଉକ୍ତ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରିଛି ପ୍ରଶାସନ । ହରିପୁରରୁ ଦର୍ଜିପୋଖରୀ, କସମିଳା ଠାରୁ ଫୁଲାଟି, ନୂଆ ବଜାର ରେଳଫାଟକ ଓ ନୂଆବଜାର ପରିବା ମାର୍କେଟରେ କର୍ଫ୍ୟୁ ଲାଗୁ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆଜି ଭୋର ୪ଟାରୁ ଜାନୁଆରୀ ୧୨ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଏସବୁ ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସୂଚନା ଦିଆଯାଇଛି।
ତେବେ ଉଚ୍ଛେଦ ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛି ପ୍ରଶାସନ । କର୍ଫ୍ୟୁ ସମୟରେ ଏକାଧିକ ବ୍ୟକ୍ତି ଏକତ୍ରିତ ହେବା, ସଭା, ଶୋଭାଯାତ୍ରା କରିବାକୁ ବାରଣ କରାଯାଇଛି। ସେପଟେ ସକାଳୁ ସକାଳୁ ଲୋକମାନେ ନିଜ ଘରୁ ସେମାନଙ୍କ ଆସବାବପତ୍ର ସବୁକୁ ନେଇ ଅନ୍ୟତ୍ର ସ୍ଥାନାନ୍ତର ହେବାରେ ଲାଗିଛନ୍ତି ।
Comments are closed.