Latest Odisha News

ବାହୁଡା ପାଇଁ ପୁରୀରେ ଲାଗୁ ହେଲା କର୍ଫ୍ୟୁ

ପୁରୀ : କାଲି ଶ୍ରୀଜିଉଙ୍କ ବାହୁଡା ଯାତ୍ରା । କିପରି ବାହୁଡ଼ା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେକୁ ଶୃଙ୍ଖଳିତ ଭାବେ ଶେଷ କରାଯିବ, ସେଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । କ’ଣ ବ୍ୟବସ୍ଥା କରାଯାଇଛି, ଆଉ କ’ଣ କରାଯିବ ସେନେଇ ସମୀକ୍ଷା ହୋଇଛି । ବାହୁଡା ପାଇଁ ଆଜି ରାତି ୮ଟାରୁ ବୁଧବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ଲାଗୁ ହେବ ।

ବାହୁଡା ପାଇଁ ସମସ୍ତ ସରକାରୀ କର୍ମଚାରୀ ମାନଙ୍କର ଦ୍ୱିତୀୟ ପର୍ଯ୍ୟାୟ ଆରଟିପିସିଆର ଟେଷ୍ଟ କରାଯାଇଛି । ଏହାସହ ସେବାୟତଙ୍କର ଦ୍ୱିତୀୟ ପର୍ଯ୍ୟାୟ ଆରଟିପିସିଆର ଟେଷ୍ଟ ମଧ୍ୟ କରାଯାଇଛି । ବାହୁଡାଯାତ୍ରାରେ ରଥଟଣା ସମୟରେ ଅଗ୍ନିଶମ ବିଭାଗ ଦ୍ୱାରା ଜଳସିଞ୍ଚନ କରାଯିବ । ବାହୁଡା ସମୟରେ ଯେପରି ନିୟମର ଉଲ୍ଲଂଘନ ନହେବ, ସେନେଇ ପୁରୀ ଏସପିଙ୍କ ତତ୍ତ୍ବାବଧାନରେ ଶ୍ରୀମନ୍ଦିରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ଘର, ଲଜିଂ, ହୋଟେଲ ଓ ବେସରକାରୀ ପ୍ରତିଷ୍ଠାନ ଗୁଡ଼ିକର ସର୍ଭେ କରାଯାଇଛି । ନିଜେ ଏସ୍‌ପି ଅନ୍ୟ ବିଭାଗ ଅଧିକାରୀଙ୍କ ସହ ବୁଲି ଯାଞ୍ଚ କରିଛନ୍ତି । ସମୀକ୍ଷା ବୈଠକରେ ଜିଲ୍ଲାପାଳ, ଏସପିଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ସାମିଲ ହୋଇଥିଲେ ।

Comments are closed.