Latest Odisha News

ସୁଧୁରୁଛି ସ୍ଥିତି, କୋହଳ କରାଯାଉଛି ବାଲେଶ୍ଵର କର୍ଫ୍ୟୁ

ବାଲେଶ୍ଵର: ବାଲେଶ୍ବରରେ ପୁଣି କର୍ଫ୍ୟୁ କୋହଳ । ସହଦେବଖୁଣ୍ଟା ଥାନା ଅଞ୍ଚଳରେ କର୍ଫ୍ୟୁ କୋହଳ କଲା ପ୍ରଶାସନ । ସକାଳ ୫ଟାରୁ ରାତି ୯ଟା ଯାଏଁ କୋହଳ ହେଲା କର୍ଫ୍ୟୁ । ଟାଉନ୍ ଥାନା ଅଞ୍ଚଳରେ ସକାଳ ୫ରୁ ଦିନ ୨ଟା ଯାଏଁ କୋହଳ ।

ସୂଚନାଯୋଗ୍ୟ, ସୋମବାର ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ ହୋଇଥିଲେ । ଫୋର୍ସ ଉପରକୁ ପଥର ମାଡ଼ ଅଭିଯୋଗ ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ କରିଥିଲା ପୁଲିସ । ଏହାପରେ ବୁଧବାର ରାତିରେ ବାଲେଶ୍ୱର ପୋରାଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିଲା । ଆଜି ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ଥିବା ବେଳେ ଅତ୍ୟାବଶକୀୟ ସାମଗ୍ରୀ ପାଇଁ ସାଧାରଣ ଲୋକଙ୍କ ଅସୁବିଧାକୁ ଲକ୍ଷ୍ୟ କରାଯାଇ ୭ଟାରୁ ୧୧ ଟା ଯାଏଁ ଦୋକାନ ବଜାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ପରେ ଏହାକୁ ଆଉ ଦୁଇଘଣ୍ଚା ବଢା ଯାଇଥିଲା । ଏବେ ପୁଣି ସକାଳ ୫ଟାରୁ ଦିନ ୨ଟା ଯାଏଁ କର୍ଫ୍ୟୁ କୋହଳ କରାଯିବାକୁ ନିଷ୍ପତ୍ତି ହୋଇଛି ।

 

Comments are closed.