Latest Odisha News

BREAKING NEWS

ବାଲେଶ୍ବର ପୌରାଞ୍ଚଳରେ କାଲିଠୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ, ମିଳିବ ମୋବାଇଲ୍‌ ଇଣ୍ଟରନେଟ୍‌

ବାଲେଶ୍ବର: ବାଲେଶ୍ବର ପୌରାଞ୍ଚଳରେ ଆସନ୍ତାକାଲିଠୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ। ଏନେଇ ସୂଚନା ଦେଲେ ବାଲେଶ୍ବର ଜିଲ୍ଲାପାଳ ଆଶିଷ ଠାକ୍‌ରେ। ଗୋଷ୍ଠୀ ସଂଘର୍ଷକୁ ନେଇ ବାଲେଶ୍ୱର ସହରରେ ଲାଗିଥିବା କର୍ଫ୍ୟୁ କୋହଳ ହୋଇଛି। ଲାଣ୍ଡ ଲାଇନ୍ ଓ ବ୍ରଡବ୍ୟାଣ୍ଡରେ ସେବା ମିଳୁଥିବା ବେଳେ ଆସନ୍ତାକାଲି ଠାରୁ ମୋବାଇଲରେ ଇଣ୍ଟରନେଟର ସୁବିଧା ମିଳିବ।

କର୍ଫ୍ୟୁ କୋହଳ ସହ କଟକଣା କମ୍‌ କରିବା ନେଇ ସୂଚନା ଦେଲେ ଜିଲ୍ଲାପାଳ। ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ରୁ ରାତି ୯ଟା କର୍ଫ୍ୟୁ କୋହଳ ରହିବ। ଟାଉନ ଥାନା ଅଞ୍ଚଳରେ ସକାଳ ୬ରୁ ଅପରାହ୍ନ ୨ଟା କର୍ଫ୍ୟୁ କୋହଳ ହେବ। ସୂଚନା ଥାଉକି ୨ ଗୋଷ୍ଠୀ ଗଣ୍ଡଗୋଳ ଘଟଣାରେ ୨୯ଟି ମାମଲା ରୁଜୁ ହୋଇଥିବା ବେଳେ ୮୯ ଜଣ ଗିରଫ ହୋଇଛନ୍ତି।

ଅନ୍ୟପଟେ କୌଣସି ଗୁଜବ ପ୍ରଚାର, ସୋସିଆଲ ମିଡିଆ ପୋଷ୍ଟ ଉପରେ ନଜର ରଖିଛି ସାଇବର ଟିମ୍। ଯେଉଁ ବ୍ୟକ୍ତି ଏଭଳି ଗୁଜବ ପ୍ରଚାର କରିବ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ଓ ଏସପି ସାଗରିକା ନାଥ କହିଛନ୍ତି।

Leave A Reply

Your email address will not be published.