Latest Odisha News

BREAKING NEWS

ସମ୍ବଲପୁରରେ ଏନଡିଏ, ସିଡିଏସ୍ ଏବଂ ହାଇକୋର୍ଟ ଏଏସଓ ପରୀକ୍ଷାର୍ଥୀଙ୍କ ପାଇଁ କର୍ଫ୍ୟୁ ନିୟମରେ କୋହଳ

ସମ୍ବଲପୁର: ଆଜି ସାରା ରାଜ୍ୟରେ ଏନଡିଏ, ସିଡିଏସ୍ ଏବଂ ହାଇକୋର୍ଟ ଏଏସଓ ପରୀକ୍ଷା ହେବ। ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରରେ ଚାଲିଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ କର୍ଫ୍ୟୁ ନିୟମରେ ଟିକିଏ କୋହଳ କରିଛି।

ଜିଲ୍ଲାପାଳ ଅନନ୍ୟା ଦାସ ଏହି ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଯଦିଓ ସକାଳେ ଏବଂ ଅପରାହ୍ନରେ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଜନସାଧାରଣଙ୍କୁ ପ୍ରଦାନ କରାଯାଇଥିବା ଦୁଇଟି ସମୟ ଅପରିବର୍ତ୍ତିତ ରହିଛି। ହେଲେ ପରୀକ୍ଷାକୁ ସହଜ କରିବା ପାଇଁ ରବିବାର ଦିନ ନିୟମରେ ଟିକିଏ କୋହଳ କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସକାଳ ୮ରୁ ୧୦, ଅପରାହ୍ନ ୩.୩୦ରୁ ୫.୩୦ ନିୟମ ରହିଛି। ମେଡିକାଲ ଏମର୍ଜେନ୍ସି ପାଇଁ ହେଲ୍ପଲାଇନ୍ ନମ୍ବର ହେଉଛି ୭୬୫୫୮୦୦୭୬୦।

ଜିଲ୍ଲାପାଳ ଗୁଜବରେ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି । କହିଛନ୍ତି ଯେ ସମସ୍ତ ଛାତ୍ରଛାତ୍ରୀ ସେମାନଙ୍କ ପରିଚୟ ପତ୍ର କିମ୍ବା ପରୀକ୍ଷା ଆଡମିଟ୍ କାର୍ଡ ସାଙ୍ଗରେ ଆଣିବା ଉଚିତ ଯାହା ଦ୍ୱାରା ସେମାନେ କର୍ତ୍ତୃପକ୍ଷଙ୍କ ଦ୍ୱାରା ଚିହ୍ନଟ ହୋଇପାରିବେ। ଜିଲ୍ଲା ପ୍ରଶାସନ ପରୀକ୍ଷା ସହାୟତା ଲାଇନ ନମ୍ବର ୦୬୬୩ ୨୪୦୩୬୪୪ ମଧ୍ୟ ପ୍ରଦାନ କରିଛି। ଏଥିସହ ବିଭିନ୍ନ ରେଲଓ୍ୱେ ଷ୍ଟେସନରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ପ୍ରଶାସନ ବସ୍ ସେବା ଯୋଗାଇବ। ସେ କହିଛନ୍ତି, ଦୋକାନ ବଜାର ବନ୍ଦ ଥିବାରୁ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ। ଏଥିପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ନିକଟସ୍ଥ ଆହାର କେନ୍ଦ୍ର ସହିତ ସଂଯୋଗ କରିଛୁ।

ସମ୍ବଲପୁର ଉପ ଜିଲ୍ଲାପାଳଙ୍କ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି ଯେ ଧାରା ୧୪୪ ସିଆରପିସି ଅନୁଯାୟୀ କର୍ଫ୍ୟୁ ଘୋଷଣା କରାଯାଇଛି। ଯେଉଁଥିରେ କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀଙ୍କୁ ସେମାନଙ୍କ ଘରୁ ବାହାରକୁ ଯିବାକୁ ଅନୁମତି ଦିଆଯିବ ନାହିଁ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କଟକଣା ଜାରି ରହିଛି। ଏବେ ସହରରେ ପରିସ୍ଥିତି ନିୟନ୍ତ୍ରଣରେ ଥିବା ଜିଲ୍ଲପାଳ କହିଛନ୍ତି ।

Leave A Reply

Your email address will not be published.