Latest Odisha News

ବିମାନରେ ସିଟରୁ କୁଶନ ଗାଏବ, ମହିଳା ଯାତ୍ରୀ ହଟହଟା

ନୂଆଦିଲ୍ଲୀ: ବିମାନର ସିଟ୍‌ରୁ କୁଶନ ଗାଏବ । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ହେଲେ ନିକଟରେ ଇଣ୍ଡିଗୋ ବିମାନରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛିି । ଯାହାକୁ ଶୁଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ରବିବାର ପୁଣେରୁ ନାଗପୁର ଅଭିମୁଖେ ଇଣ୍ଡିଗୋ ବିମାନ ଉଡ଼ାଣ କରିଥିଲା । ଏଥିପାଇଁ ଜଣେ ମହିଳା ଟିକେଟ ବୁକ କରିଥିଲେ । ତାଙ୍କୁ ଏୟାରଲାଇନ୍ସ ଦ୍ୱାରା ୱିଣ୍ଡୋ ସାଇଡ ସିଟ ନମ୍ବର୧୦ଏ ବଣ୍ଟନ କରାଯାଇଥିଲା, କିନ୍ତୁ ସେଠାରେ ପହଞ୍ଚିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ଦେଖିଲେ ଯେ ସିଟ ଉପରେ ଥିବା କୁଶନ ନାହିଁ । ଏଭଳି ପରିସ୍ଥିତିରେ ଯେତେବେଳେ ମହିଳା କ୍ୟାବିନ କର୍ମଚାରୀଙ୍କ ନିକଟରେ ଅଭିଯୋଗ କରିଥିଲେ, ଏହା ବଦଳରେ ସେମାନେ ତାଙ୍କୁ ସିଟ ଚାରିପାଖରେ ଏହାକୁ ଖୋଜିବାକୁ କହିଥିଲେ । ତେବେ ମହିଳା ଜଣକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସିଟ କୁଶନ ପାଇ ନ ଥିଲେ । ଏହା ପରେ ପୁଣି ଥରେ କ୍ୟାବିନ କର୍ମଚାରୀଙ୍କୁ ଜଣାଇଥିଲେ । ବହୁ ଖୋଜିବା ପରେ କୁଶନ ନ ମିଳିବାରୁ ତାଙ୍କୁ ଅନ୍ୟ ସିଟ୍‌ରେ ବସିବା ପାଇଁ କୁହାଯାଇଥିଲା ।

Comments are closed.