Latest Odisha News

BREAKING NEWS

ଦୁନିଆର ସବୁଠୁ ବଡ଼ ବିଲେଇ: ଦେଖିବାକୁ ୨ ବର୍ଷର ପିଲା ପରି

ରୁଷିଆ: ଗୃହପାଳିତ ପଶୁ ତାଲିକାରେ କୁକୁର ଏବଂ ବିଲେଇ ସବୁଠାରୁ ସାଧାରଣ । ଲୋକମାନେ ବିଲେଇମାନଙ୍କୁ ରଖିବାକୁ ଅଧିକ ପସନ୍ଦ କରନ୍ତି । କାରଣ ସେମାନେ ଛୋଟ ହେବା ସହ ସୁନ୍ଦର ମଧ୍ୟ ହୋଇଥାନ୍ତି । ବିଲେଇକୁ କୋଳରେ ଧରି ଆପଣ ସହଜରେ ବୁଲାଇ ପାରିବେ । କିନ୍ତୁ ଯଦି ବିଲେଇ ମଣିଷ ପିଲା ପରି ବଡ ହୋଇଯାଏ ତେବେ କଣ ହେବ? ଏବେ ଏମିତି ଏକ ବିଲେଇର ଫଟୋ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ ।

ରୁଷିଆରେ ରୁହନ୍ତି ୟୁଲିଆ ନାମକ ଜଣେ ଯୁବତୀ । ତାଙ୍କୁ ବିଲେଇ ପାଳିବା ବହୁତ ପସନ୍ଦ । ସେଥିଲାଗି ସେ ଗୋଟେ ବିଲେଇ ପାଳୁଛନ୍ତି, ଯାହାର ନାଁ ରଖିଛନ୍ତି କେଫିର । ଯାହାକୁ ସେ ବହୁତ ଭଲ ପାଆନ୍ତି । ଏକାସାଙ୍ଗରେ ଖାଇବାପିଇବା ସହ ଗୋଟିଏ ଖଟରେ ଶୋଇଥାନ୍ତି । ଯୁଆଡ଼େ ଯାଆନ୍ତି ବିଲେଇକୁ ସାଙ୍ଗରେ ନେଇ କି ଯାଇଥାନ୍ତି । ତାଙ୍କର ଏଇ ବିଲେଇକୁ ଲୋକେ ଦେଖି ଖୁସି ହେବା ସହ ଆଶ୍ଚର୍ଯ୍ୟ ବି ହୋଇଯାଆନ୍ତି ।

ସାଧାରଣ ବିଲେଇଟାରୁ କେଫିର ଦେଖିବାକୁ ପୂରା ଭିନ୍ନ । ଏହାର ରଙ୍ଗ ଧଳା ହୋଇଥିବା ବେଳେ ସେ ଦେଖିବାକୁ ବହୁତ ସୁନ୍ଦର । କେଫିରର ଓଜନ ପ୍ରାୟ ବାର କିଲୋ । ଯଦି ତାକୁ ସିଧା ଠିଆ କରାଯାଏ, ସେ ଦୁଇ ବର୍ଷର ପିଲା ପରି ବଡ ଦେଖାଯାଏ । ତାର ଉଚ୍ଚତା ହେତୁ ସେ ଦୁନିଆର ସବୁଠୁ ବଡ ବିଲେଇର ଟ୍ୟାଗ୍ ପାଇଛିି । ଏବେ କେଫିରକୁ ତିନି ବର୍ଷ ହୋଇଛି । କେଫିରଙ୍କୁ ତାଙ୍କ ପଡ଼ୋଶୀ ଲୋକମାନେ ବହୁତ ପସନ୍ଦ କରନ୍ତି । ସେ ସମସ୍ତଙ୍କ ସହ ମିଶିିକି ଖେଳିଥାଏ ।

ନିକଟରେ ୟୁଲିଆ କେଫିରର ଏକ ଭିଡିଓ ଓ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଫଟୋରେ ଦେଖିବାକୁ ମିଳିଛି ଯେ, କେଫିର କଳା ଚଷମା ପିନ୍ଧିବା ସହ କାରର ଷ୍ଟିଅରିଂ ଧରିଛି । ଏହି ଲୁକ୍‌ରେ କେଫିର ବହୁତ ସୁନ୍ଦର ଦିଶୁଛି । ଲୋକମାନେ କେଫିରର ଫଟୋକୁ ବହୁତ ମାତ୍ରାରେ ପସନ୍ଦ କରିଛନ୍ତି ।

Leave A Reply

Your email address will not be published.