କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରାର ଆଜି ହେଉଛି ତୃତୀୟ ଦିନ । ଗତ ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଥିବା କଟକର ଐତିହାସିକ ବାଲିଯାତ୍ରା ଏଥର ଆଉ ଗୋଟିଏ ଦିନ ଅଧିକ ଚାଲିବ ବୋଲି ସୂଚନା ମିଳିଛି।
ଏହି ଅବସରରେ ଆଉ ୧ ଦିନ ଲାଗି ବାଲିଯାତ୍ରାକୁ ବୃଦ୍ଧି କରାଯାଇଥିବା ବେଳେ ଏହା ଏବେ ନଭେମ୍ବର ୨୦ ତାରିଖରେ ସମାପ୍ତ ହେବ ।
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୮ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରା ଚଳିତ ବର୍ଷ ୯ ଦିନ ପାଇଁ ଆୟୋଜନ ହେଉଛି । ଖାଦ୍ୟ ତଥା ଘରକରଣା ସାମଗ୍ରୀ ଚଳିତ ବର୍ଷର ମୁଖ୍ୟ ଆର୍କଷଣ ପାଲଟିଥିବା ବେଳେ ବିଭିନ୍ନ ଷ୍ଟଲ୍ ବୁଲି ଦେଖିବା ପାଇଁ ବାଲିଯାତ୍ରା ପଡ଼ିଆରେ ଲୋକଙ୍କର ଭିଡ଼ ଲାଗି ରହିଛି ।
ମହାନଦୀରେ ପ୍ରତିଦିନ ‘ଆଳତୀ’ ଆୟୋଜିତ କରାଯାଉଛି । ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ବେଶ୍ ଭିଡ ଜମୁଛି ।
ଏଥର ବାଲିଯାତ୍ରାରେ ପର୍ଯ୍ୟଟକମାନେ ରିକ୍ସା, ସାଇକେଲ୍ ସବାରୀ ସହ ବୋଟିଂର ମଧ୍ୟ ମଜା ଉଠାଇ ପାରିବେ । ଏପରିକି ପ୍ରଥମଥର ଲାଗି ପଥୋତ୍ସବର ମଧ୍ୟ ଆୟୋଜନ କରାଯାଇଛି ।
Comments are closed.