Latest Odisha News

BREAKING NEWS

କଟକ ବାଲିଯାତ୍ରାରେ ବଡ ଅଘଟଣ: ବିଦ୍ୟୁତ ଆଘାତରେ ନାବାଳକ ମୃତ

କଟକ : କଟକ ବାଲିଯାତ୍ରାରେ ବଡ ଅଘଟଣ।  କରେଣ୍ଟ ଲାଗି ନାବାଳକ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି। ସାଙ୍ଗମାନଙ୍କ ସହ ବାଲିଯାତ୍ରା ବୁଲିବା ସମୟରେ ସଜା ହୋଇଥିବା ଲିଚୁ ଲାଇଟ୍ ଧରି ଦେବାରୁ ବିଦ୍ୟୁତ ଆଘାତରୁ ନାବାଳକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ନାବାଳକ ଜଗତସିଂହପୁରର ବିଶ୍ବପ୍ରକାଶ ମନ୍ଥନ ବୋଲି ଜାଣିବାକୁ ମିଳିଛି।

ସୂଚନା ଅନୁସାରେ, ସାଙ୍ଗମାନଙ୍କ ସହ ବାଲିଯାତ୍ରା ବୁଲିବା ସମୟରେ ନାବାଳକ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବି ମେଡ଼ିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା।  ନାବାଳକକୁ ଏସ୍‌ସିବିରେ ଡାକ୍ତର ମୃତ ଘୋଷଣା କରିଛନ୍ତି। । ସେ କଟକ ତୁଳସୀପୁର ସରସ୍ବତୀ ଶିଶୁ ମନ୍ଦିରରେ +୨ ରେ ପାଠ ପଢୁଥିଲେ।

ଅନ୍ୟପକ୍ଷରେ ଏଭଳି ବେପରୁଆ ଭାବରେ ବିଦ୍ୟୁତ ସରବରାହ ପ୍ରସଙ୍ଗ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comments are closed.