Latest Odisha News

BREAKING NEWS

[ଭିଡ଼ିଓ] ଆନ୍ତର୍ଜାତୀୟ ବୁକ୍ ଅଫ ରେକର୍ଡସରେ ପ୍ରଭାତ

କଟକ: ଆନ୍ତର୍ଜାତୀୟ ବୁକ୍ ଅଫ ରେକର୍ଡସରେ କଟକ ପୁଅ । କଟକ ଚାଉଳିଅଗଞ୍ଜ ମଠସାହିର ପ୍ରଭାତ ସାହୁ । ପ୍ରଭାତ ୬ ସେଣ୍ଟି ମିଟର ଉଚ୍ଚତାର ଜଗନ୍ନାଥଙ୍କ ଗଜାନନ ବେଶ କରି ରେକର୍ଡ କରିଛନ୍ତି । ବିଶ୍ୱର ସବୁଠୁ କ୍ଷୁଦ୍ରତମ ଚିତ୍ର ନିଜ ରଙ୍ଗ ତୂଳୀରେ ସଜାଇଛନ୍ତି ପ୍ରଭାତ । ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ସ୍ଥାନରୁ ବହୁ ପ୍ରତିଯୋଗୀ ମାନେ ସାମିଲ ହୋଇଥିଲେ । ହେଲେ ପ୍ରଭାତଙ୍କ ରଙ୍ଗତୂଳୀର ନିଆରା କଳାକୃତି ମନୋନୀତ ହୋଇଥିଲା ।

ପ୍ରବୀର ସାହୁ ଓ ସବିତା ସାହୁଙ୍କ ପୁଅ ହେଉଛନ୍ତି ପ୍ରଭାତ। ପିଲା ବେଳରୁ ପେନସିଲରେ ସ୍କେଚ୍ କରିବା ହେଉଛି ପ୍ରଭାତଙ୍କ ନିଶା। ବିଭିନ୍ନ ମହାପୁରୁଷଙ୍କ ଚିତ୍ରରୁ ନେଇ ପେଣ୍ଟିଂ କରି ସେ ବହୁ ସ୍ଥାନରୁ ପୁରସ୍କୃତ ହୋଇଛନ୍ତି ।

ଜେକେବିକେର ଛାତ୍ର ପ୍ରଭାତ ଆଗକୁ ମଧ୍ୟ ତାଙ୍କର ଏହି ପରିଶ୍ରମ ଜାରି ରଖିବା ସହିତ ଚିତ୍ରକଳାରେ ପାରଦର୍ଶିତା ଲାଭ କରିବେ । . .

Comments are closed.