Latest Odisha News

BREAKING NEWS

[ଭିଡିଓ] ମ୍ୟାଥମେଟିକ୍ସରେ ଇଣ୍ଡିଆ ବୁକ ଅଫ ରେକର୍ଡସରେ କଟକ ପୁଅ ସବ୍ୟସାଚୀ

କଟକ : ଇଚ୍ଛାଶକ୍ତି ଥଲେ ସଫଳତା ମିଳିଥାଏ । ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ କଟକ ପୁଅ । କଟକ ଶିଖରପୁର ଅଞ୍ଚଳର ସବ୍ୟସାଚ୍ଚୀ ରାଉତ ।ବୟସ ମାତ୍ର ୨୪, ହେଲେ ମ୍ୟାଥମେଟିକ୍ସରେ ଇଣ୍ଡିଆ ବୁକ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ସବ୍ୟସାଚ୍ଚୀ । ଗଣିତ ଶିକ୍ଷାରେ ଅଗାଧ ଜ୍ଞାନ ରହିଛି ସବ୍ୟସାଚୀଙ୍କର । ମ୍ୟାଥମେଟିକ୍ସରେ ଦୁଇଟି ଚ୍ୟାପଟର ଲେଖିଛନ୍ତ ସେ ।

ଏହି ଦୁଇଟି ବହି ହେଉଛି ମ୍ୟାଥମେଟିକ ଡେଲି ଓ ଏନସିଇଆରଟି ସଲ୍ୟୁସନ । ଏହି ବହି ଏବେ ଫ୍ଲିପକାର୍ଡ ଓ ଆମାଜାନ ସାଇଡରେ ମିଳୁଛି । ୨୦୨୨ ପାଇଁ ସେ ଇଣ୍ଡିଆ ବୁକ ଅଫ ରେକର୍ଡ ପାଇଁ ଆବେଦନ କରିଥିଲେ । ତାଙ୍କର କେହି ପ୍ରତିଦ୍ୱନ୍ଦୀ ମଧ୍ୟ ନଥିଲେ । ଶେଷରେ ସଫଳତାର ରେକର୍ଡର ମୁକୁଟ ପିନ୍ଧି ଓଡିଶା ପାଇଁ ଗୌରବ ଆଣିଛନ୍ତି ସେ । ନିଜର ସଫଳତା ପଛରେ ବାପା ମା ଓ ଭାଇଙ୍କୁ ଶ୍ରେୟ ଦେଇଛନ୍ତି ସବ୍ୟସାଚୀ ।

ସବ୍ୟସାଚୀ ଷ୍ଟୁଆର୍ଡ କଲେଡରେ ମ୍ୟାଥମେଟିକ୍ସରେ ଡିଗ୍ରୀ ପାସ କରିଛନ୍ତି ।ଗଣିତରେ ଅଗାଧ୍ୟ ଜ୍ଞାନ ତାଙ୍କର । ଚଳିତ ବର୍ଷ ସୋଆ ବିଶ୍ୱବିଦ୍ୟାଳୟରୁ ମ୍ୟାଥମେଟିକ୍ସ ମାଷ୍ଟର ଡିଗ୍ରୀ ହାସଲ କରି ବର୍ତ୍ତମାନ ପିଏଚଡି ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହା ସହ ସେ କଟକରେ ନିଆରା ଢଙ୍ଗରେ ତିଆରିକରିଛନ୍ତି ମ୍ୟାଥମେଟିକ୍ସ କ୍ୟାଫେ ।

ଯେଉଁଥିରେ ସେ ଗରିବ ଛାତ୍ରଛାତ୍ରା ମାନଙ୍କୁ ମାଗଣାରେ ଗଣିତ ଶିକ୍ଷା ଦେଉଛନ୍ତି । ଏହି ମ୍ୟାଥମେଟିକ୍ସ କାଫେରେ ତୃତୟୀଶ୍ରେଣୀ ଠାରୁ ଆରମ୍ଭ କରି ଏମବିଏ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମ୍ୟାଥମେଟିକ୍ସି କୋଚଂ ନେଉଛନ୍ତି । ସେପଟେ ସବ୍ୟସାଚୀ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇବା ପରେ ତାଙ୍କ ସାଙ୍ଗ ସାଥୀମାନେ ଖୁସି ପ୍ରକାଶ କରିଛନ୍ତି ।

ଓଡିଶା ବିଭିନ୍ନ ପ୍ରତିଭାବାନ ଯୁବବର୍ଗ ,ଛାତ୍ରଛାତ୍ରୀ ଓ ଛୋଟପିଲାମାନେ ଇଣ୍ଡିଆ ବୁକ ଅଫ୍ ରେକର୍ଡର୍ସ ହାତଉଛନ୍ତି । ଠିକ୍ ସେହିପରି ଖୁବ୍ କମ ବୟସରେ ସବ୍ୟସାଚୀ ମଧ୍ୟ ପରିଶ୍ରମ କରି ମ୍ୟାଥମେଟିକ୍ସରେ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ନିଜର ସ୍ଥାନ ହାସଲ କରିଛନ୍ତି …

Comments are closed.