Latest Odisha News

BREAKING NEWS

[ଭିଡିଓ] କଟକର କୁନି ପ୍ରତିଭା ଆସ୍ପୃହା ଆଚାର୍ଯ୍ୟ

କଟକ : ଇଚ୍ଛା ଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହେବ ହୁଏ । କଟକର ରାଜେନ୍ଦ୍ର ନଗରର କୁନି ପ୍ରତିଭା ହେଉଛନ୍ତି ଆସ୍ପୃହା ଆଚାର୍ଯ୍ୟ । ବୟସରେ ବହୁତ ଛୋଟ ହୋଇଥିଲେ ବି ବିଭିନ୍ନ ଡାନ୍ସରେ ଅଭିନୟ ଓ ଆର୍ଟ କରି ସମସ୍ତଙ୍କ ମନକୁ ଜିଣି ପାରିଛନ୍ତି ସେ । କେତେବେଳେ ବିଭିନ୍ନ ଦେବାଦେବୀଙ୍କ ସଙ୍ଗୀତରେ ନୃତ୍ୟ ତ ଆଉ କେତେବେଳେ ଓଡିଶୀ ନାଚ ଓ ଆଧୁନିକ ଡ୍ୟାନ୍ସରେ ନିଜର ଅଭିନୟର ଯାଦୁ ଏହି କୁନି ପ୍ରତିଭା ଜଣକ ଦେଖାଉଛନ୍ତି । ତାଙ୍କର କଳା କେବଳ ନାଚ ଗୀତରେ ସୀମିତ ନୁହେଁ। ସେ ଭଲ ଆର୍ଟ ମଧ୍ୟ କରିପାରନ୍ତି। ତାଙ୍କ ଏଭଳି ପ୍ରତିଭାକୁ ତାଙ୍କର ସାଙ୍ଗମାନେ ଓ ପରିବାର ଲୋକ ଖୁବ୍ ପସନ୍ଦ କରନ୍ତି।

କରୋନା ମହାମାରୀ ସମୟରେ ୟୁଟ୍ୟୁବ୍ ଦେଖି ନିଜର ପ୍ରତିଭାକୁ ସମସ୍ତଙ୍କ ଆଗକୁ ଆଣିଛନ୍ତି ଆସ୍ପୃହା । ଏଥିପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରଷ୍କୃତ ମଧ୍ୟ କରା ଯାଇଛି। କିଶନନଗର ସିର୍ଲୋ ବାସିନ୍ଦା ହେଉଛନ୍ତି ଆସ୍ପହା ।ହେଲେ କଟକ ରାଜେନ୍ଦ୍ର ନଗରରେ ନିଜ ପିତା ପାଚାଙ୍କ ସହ ଆସ୍ପୃହା ଭଡା ଘରେ ରୁହନ୍ତି । ପିଲାଟି ବେଳରୁ ଝିଅର ନାଚ ଗୀତ ପ୍ରତି ବେଶ୍ ଅଗ୍ରହ ଥିଲା ବୋଲି ବାପା ମା କହିଛନ୍ତି । ଝିଅର ଏଭଳି ଆଗ୍ରହକୁ ଦେଖି ବେଶ୍ ପ୍ରେରଣା ଦେଇଛନ୍ତି ଆସ୍ପୃହାଙ୍କ ବାପା ମା । ଏକ ଘରୋଇ ଇଂରାଜୀ ମିଡିୟମ୍ ସ୍କଲରେ ପାଠ ପଢ଼ନ୍ତି ଆସ୍ପୃହା ।

 

ସ୍କୁଲରେ ମଧ୍ୟ ସେ ନିଜର ଅଭିନୟ ଦେଖାଇ ସମସ୍ତଙ୍କ ଠାରୁ ଖୁବ୍ ପ୍ରଶଂସା ସାଉଁଟିଛନ୍ତି।ମହାମାରୀ କୋଭିଡ ସମୟରେ ୟୁଟୁବ୍ ଦେଖି ଜଣେ କୁନି ପ୍ରତିଭା ଆସ୍ପୃହା ନିଜର ପରିଚୟ ବନେଇ ପାରିଛନ୍ତି। ଆସ୍ପୃହଙ୍କ ଭଳି ଅନେକ ପ୍ରତିଭା ବାନ୍ ଓ ମେଧାବୀମୀନେ ଲୁକାୟିତ ଅଛନ୍ତି। ସେମାନଙ୍କୁ ଉପଯୁକ୍ତ ପ୍ଲାଟଫର୍ମ ମିଳିଲେ ଆଗକୁ ମଧ୍ୟ ଆସିପାରନ୍ତେ।

Leave A Reply

Your email address will not be published.